ମଙ୍ଗଳା ମନ୍ଦିରରେ ହୁଣ୍ଡି ଖୋଲା ହେଲା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ପ୍ରସିଦ୍ଧ ଶକ୍ତିପୀଠ ମା ମଙ୍ଗଳା ଙ୍କର ମନ୍ଦିର ରେ ଥିବା ଦାନ ହୁଣ୍ଡି ଖୋଲା ଯାଇଛି। ସ୍ଥାନୀୟ ପ୍ରଶାସନ ର ନିଷ୍ପତ୍ତି କ୍ରମେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋଡ ସଭାପତି ତଥା ତହସିଲଦାର ବିରଞ୍ଚି ନାରାୟଣ ବେହେରା, ଥାନା ଆଇଆଇସି ପ୍ରିୟ ରଞ୍ଜନ ନାୟକ, ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ପ୍ରଦୀପ୍ତ ଦୀକ୍ଷିତ,ପ୍ରଦୀପ କୁମାର ପଣ୍ଡା,ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା , ମନ୍ଦିର ର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ଆକାଉଣ୍ଟାଣ୍ଟ ପ୍ରଭାତ କୁମାର ସିଂ ସୁରକ୍ଷା କର୍ମୀ ଙ୍କ ଉପସ୍ଥିତି ରେ ମନ୍ଦିର ହୁଣ୍ଡି କୁ ଖୋଲାଯାଇଥିଲା। ହୁଣ୍ଡି ରୁ ବାହାରିଥିବା ମୋଟ ବାର ଲକ୍ଷ ଚଉଦ ହଜାର ସାତ ସହ ଦଶ ଟଙ୍କା ର ନୋଟ କୁ ୟୁକୋ ବ୍ୟାଙ୍କ ରେ ଜମା କରାଯାଇଥିବା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ରେଜା ପଇସା କୁ ଜଉମୁଦ କରାଯାଇ ମନ୍ଦିର କାର୍ଯ୍ୟାଳୟ ରେ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହାକୁ ଗଣତି କରାଯାଇ ବ୍ୟାଙ୍କରେ ଜମାକରାଯିବ। ବର୍ଷକ ଭିତରେ ହୁଣ୍ଡି କୁ ଦ୍ୱିତୀୟ ଥର
ଖୋଲାଯାଇଥିଲା।