ମଙ୍ଗଳା ମନ୍ଦିର ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ର ପ୍ରସିଦ୍ଧ କାକଟପୁର ମା ମଙ୍ଗଳା ମନ୍ଦିରରେ ଦୀର୍ଘ ଦିନଧରି କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଥିଲା । ଏନେଇ ମନ୍ଦିର ସେବାୟତ ଓ ଭକ୍ତ ମହଲରେ ବାରମ୍ବାର ଦାବି ହେବା ପରେ ଶେଷରେ ଦେବୋତ୍ତର ବିଭାଗ ଏହି ପଦବୀକୁ ପୂରଣ କରିଛନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାକଟପୁର ବ୍ଲକର ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷାଅଧିକାରୀ କୈଳାସ ଚନ୍ଦ୍ର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଦାଶ କାକଟପୁରର ଅଧିବାସୀ ଅଟନ୍ତି । ତାଙ୍କର ଏହି ଯୋଗଦାନ ଓ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ମନ୍ଦିର କର୍ମଚାରୀଙ୍କ ସହ ସେବାୟତ ହିମାଂଶୁ ଭୂଷଣ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତଙ୍କ ସମେତ ଅନ୍ୟାନ୍ୟ ସେବାୟତ ମାନେ ପୁଷ୍ପଗୁଚ୍ଛ ଦେଇ ଟ୍ରଷ୍ଟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ