ମଙ୍ଗୁଲିରେ ନୂତନ ବିଦ୍ୟୁତ୍ ସବ୍ ଷ୍ଟେସନ କାର୍ଯ୍ୟକ୍ଷମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମରେ ନବନିର୍ମିତ ୬୩ କେଭି କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍ ସବ୍ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭଦ୍ରକ ନେସ୍କୋର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା, ବନ୍ତ ନେସ୍କୋ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ସରପଞ୍ଚ ଚିନ୍ତାମଣି ଘଡେଇ, ଅନନ୍ତ ଚରଣ ଦାଶ, ପ୍ରଫୁଲ୍ଲ କୁମାର ରାଉତ, ସଞ୍ଜୟ ଦାଶ, ସୁଭ୍ରାଂଶୁ ଶେଖର ରାଉତଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।