ମଙ୍ଗୁଳିରେ ଏସଟିଏଫ ଚଢ଼ାଉ ୪୨ହଜାର ଲିଟର ପିଡ଼ିଏସ କିରୋସିନୀ ଜବତ ୪ଗିରଫ

ଚୌଦ୍ୱାର, (ଦୀପକ କୁମାର ବେଉରା):ରାଜ୍ୟ ଚଢ଼ାଉ ଇତିହାସର ସର୍ବାଧିକ ବେଆଇନି କିରୋସିନ ଜବତ କରିଛି ସ୍ପେସିଆଲ ଟାସ୍କ ଫୋର୍ସ (ଏସ୍ଟିଫ) ..। ଆଜି ଏସ ଟି ଏଫ ବିଶେଷ ସୂତ୍ରରୁ ଖବର ପାଇ ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗୁଲି ନିକଟରେ ଥିବା ଏକ ଗ୍ୟାରେଜ ଉପରେ ଚଢ଼ାଉ କରିଥିଲେ ।ଚଢ଼ାଉ ବେଳେ ସେଠାରେ ବେଆଇନି ଭାବେ ଗଛିତ ଥିବା ପ୍ରାୟ ୪୨ହଜାର ଲିଟର ପିଡ଼ିଏସ କିରାସିନି ଜବତ କରିବା ସହ ୪ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ।ସେମାନେ ହେଉଛନ୍ତି ରଞ୍ଜନ କୁମାର ବେହେରା, ନିରାକାର ବେଉରା, ମନୋରଞ୍ଜନ ବେହେରା, ବିଦ୍ୟାଧର ବେହେରା।ସେଠାରୁ ଏସ ଟିଏଫ ଟିମ ବେଆଇନି କିରୋସିନୀ ରହିଥିବା ୯ଟି ତେଲ ଟ୍ୟାଙ୍କର, ଗୋଟିଏ ଟାଟା ମେଜିକ,୩ଟି ବିଦ୍ୟୁତ ମଟର, ଗୋଟିଏ ହୋଣ୍ଡା ଜେନେରେଟର,୪ ଖାଲି ଡ୍ରମ, ଗୋଟିଏ ସୁଜୁକି ଇଂନସ କାର ନ ଓଡ଼ି୦୫ଏଏ ୬୫୭୯, ପ୍ଲାଷ୍ଟିକ ପାଇପ, କିରୋସିନୀକୁ ଧଳା କରୁଥିବା କେମିକାଲ ଓ ନଗଦ୨୯ହଜାର ୭୦୦ଟଙ୍କା ଜବତ କରିଛି।ହେଲେ ଗ୍ୟାରେଜ ମାଲିକ ତଥା ମାଷ୍ଟର ମାଇଣ୍ଡ କଟକ ସହରର ବୁଲୁ ବେହେରା ସେଠାରୁ ଖସି ପଳାଇଯିବାରେ ସଫଳ ହୋଇଥିଲା ।ଦୀର୍ଘ ଦିନ ଧରି ଏଠାରେ ଏଭଳି ବେଆଇନି ତେଲ କାରବାର ଚାଲୁଥିଲା ।କିରୋସିନୀ ରେ କେମିକାଲ ମିଶାଇ ଏହାକୁ ଧଳା କରିବା ସହ ଏହାକୁ ଡିଜେଲ ଓ ପେଟ୍ରୋଲ ରେ ମିଶ୍ରଣ କରାଯାଇ ବିକ୍ରି କରି ବିପୁଳ ମୁନାଫା ମାଫିଆ ମାନେ କମାଉଥିବାର ସୂଚନା ମିଳିଛି ।ଏ ସଂକ୍ରାନ୍ତରେ ଚୌଦ୍ୱାର ଥାନାରେ ଏକ ମାମଲା ନ୩୬୧/୨୦୨୦ରୁଜୁ କରି ତଦନ୍ତ ଚାଲିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ