ମଙ୍ଗୁଳି ଛକରେ ଜୁଆ ଆଡ୍ଡା ଚଢ଼ଉ : ୨୦ ଗିରଫ
ଚୌଦ୍ଵାର (ସଞ୍ଜୀବ କୁମାର ତିୱାରୀ) : ମଙ୍ଗୁଳି ଛକ ଠାରେ ଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ୍ ଚଢ଼ଉ ବେଳେ ୨୦ ଜଣ ଜୁଆଡି ଗିରଫ ହେବା ସହ ୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇଛି। ଏ ସମ୍ପର୍କରେ ଆଜି ଟାଙ୍ଗୀ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଗିରଫ ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସ୍.ପି ରାଧା ବିନୋଦ ପାଣିଗ୍ରାହୀ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟସ୍ଥ ଏକ କୋଇଲା ଡ଼ିପୁ ପଛପଟେ ବେଆଇନ୍ ଭାବେ ଜୁଆ ଆଡ୍ଡା ଚାଲିଥିବା ଖବର ହୋଇଥିଲା। ଅତିରିକ୍ତ ଏସ୍.ପି ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ନେତୃତ୍ୱ ରେ ଏକ ଟିମ୍ ଗତକାଲି ରାତି ପ୍ରାୟ ସାଢେ ଦଶଟା ରେ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ଚଢାଉ ବେଳେ ଘଟଣା ସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ନିଶାଶକ୍ତ ଜୁଆଡ଼ି ମାନେ ପୋଲିସ କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ ଓ ପୁଲିସ ଜୁଆଡି ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଘଟଣା ସ୍ଥଳରୁ ୨୦ ଜଣ ଜୁଆଡିଙ୍କୁ ପୋଲିସ୍ ଟାଙ୍ଗୀ ଥାନା କୁ ଉଠାଇ ଆଣିଥିଲା। ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୮ ହଜାର ୨୯୦ ଟଙ୍କା, ୨୧ ଟି ମୋବାଇଲ୍ ଫୋନ୍,ଓ ଜୁଆ ଖେଳିବା ସାମଗ୍ରୀ ୫ ପ୍ୟାକେଟ୍ ତାସ୍ , ଗୋଟିଏ ମ୍ୟାଟ୍ ଜବତ କରିବା ଘଟଣା ସ୍ଥଳରୁ ଗୋଟିଏ କାର ଓ ୧୨ ଟି ବାଇକ୍ କୁ ଟାଙ୍ଗୀ ଥାନା କୁ ଆଣିଛି। ଅଟକ ଜୁଆଡ଼ି ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜୁଆଡି ମାନେ ହେଲେ ଚୌଦ୍ଵାର ଥାନା ପାଇକରା ପୁର ଗ୍ରାମର ମହେଶ୍ୱର ଶାନ୍ତ(୩୫), ଚୌଦ୍ଵାର ମଙ୍ଗଳା ସାହି ର ଲକ୍ଷ୍ମୀଧର ଦଳେଇ (୩୭), ପ୍ରଧାନ ସାହି ର କରୁଣାକର ନାୟକ (୫୧), ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡ଼ ଅଞ୍ଚଳର ମିଥୁନ କୁମାର ଦାସ (୩୩), ମାଛୁଆ ବଜାର ର ହେମନ୍ତ କାହାଳୀ (୩୭), ଧୋବୀଲେନ୍ ର ବସନ୍ତ କୁମାର ପଣ୍ଡା (୪୩) , ଲାଲବାଗ ଥାନା ଦିୱାନ୍ ବଜାର ର ରେହାନ୍ ଅଲ୍ଲୀ (୨୨) ବାଦାମବାଡ଼ି ଥାନା ଶଙ୍କର ପୁର ବାରିକ ସାହିର ମନୋରଞ୍ଜନ ବାରିକ (୫୧), ପୁରୀଘାଟ ଥାନା ଦୋଳମୁଣ୍ଡେଇ ହରିପୁର ଅଞ୍ଚଳର ଆକାଶ ବେହେରା,(୩୮), ପିଠାପୁର ଅଞ୍ଚଳର ସୋମନାଥ ରାଉତ ( ୪୯), କ୍ୟାଣ୍ଟନମେଣ୍ଟ ଥାନା ବକ୍ସିବଜାର ପଟାପୋଲ ଅଞ୍ଚଳର ଏସ.କେ ଇମରାନ୍ (୨୨), ମାଲଗୋଦାମ ଥାନା ଯୋବ୍ରା ନଦୀକୂଳ ସାହିର ଅଭୟ କୁମାର ବେହେରା (୩୬) ଜଗତପୁର ଥାନା ପିର ବଜାର ର ଏସ.କେ ଖଲିଲ୍ (୫୧),
ବାଣପୁର ଥାନା ପଦ୍ମପୁର ଗ୍ରାମର ପ୍ରଭାତ ଚନ୍ଦ୍ର ସାହୁ (୩୧), ବାରିପଦା ଥାନା ଭଞ୍ଜ ପୁର ର ବସନ୍ତ କୁମାର ପରିଡ଼ା (୫୫) କଣିହା ଥାନା ହରିଚନ୍ଦନ ପୁର ଗ୍ରାମର ବଳରାମ ବିଶ୍ବାଳ (୩୯), ଭୁବନେଶ୍ୱର କ୍ୟାପିଟାଲ ଥାନା ୟୁନିଟ୍ ୬ ଭୀମପୁର ଅଞ୍ଚଳର ପ୍ରଶାନ୍ତ କୁମାର ଭୋଳ (୩୮), ଚନ୍ଦ୍ରଶେଖର ପୁର ଥାନା ପ୍ଲଟ ନମ୍ୱର ୧୦୮ ନିବାସୀ ସୁରେନ୍ଦ୍ର ପ୍ରଧାନ (୩୨), ଖଣ୍ଡଗିରି ଥାନା ଖଣ୍ଡଗିରି ବାରି ଅଞ୍ଚଳର ବିଦ୍ୟାଧର ଦଳେଇ (୪୫) ଓ ପରଜଙ୍ଗ ଥାନା କଣ୍ଡରସିଙ୍ଘ ଅଞ୍ଚଳର ଦୋଳଗୋବିନ୍ଦ ସାହୁ (୩୬)। ମଙ୍ଗୁଳି ଛକରେ ଜୁଆ ଆଡ୍ଡା ହେଉଥିବା ଏହି ଘରଟି କଟକ ରାଣୀହାଟ ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁଙ୍କ ର ହୋଇଥିବା ବେଳେ ଓ. କ୍ରୀଷ୍ଣା ରାଓ ନାମକ ବ୍ୟକ୍ତି ଏହାକୁ ଭଡାରେ ନେଇଥିଲେ ଓ ସେ ଏହି ଜୁଆ ଖେଳ ର ମାଷ୍ଟରମାଇଣ୍ଡ ଥିବା ପୋଲିସ୍ ସୂଚନା ଦେଇଛି।
ତେବେ ଏ ଘଟଣା ପରେ ମଙ୍ଗୁଳି ଛକ ଚର୍ଚ୍ଚିତ ହୋଇପଡିଛି। କାରଣ କିଛିଦିନ ଧରି ମଙ୍ଗୁଳିରୁ ଲଗାତାର ବହୁ ପରିମାଣର ନିଶାଦ୍ରବ୍ୟ ଜବତ ସହ ବହୁ ଅପରାଧି ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି । ସମସ୍ତ କଳାବଜାରି ର ଓ ନକଲି କାରଖାନାର ଏନ୍ତୁଡିଶାଳ ପାଲଟିଛି ମଙ୍ଗୁଳି ଛକ । ନକଲି ଖାଇବା ତେଲ ,ନକଲି ସିମେଣ୍ଟ କାରଖାନା ,ନକଲି ଗୁଟଖା , କବାଡ଼ିଆଙ୍କ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି ମଙ୍ଗୁଳି ଛକ । ଏଠାରେ ନାଁ କୁ କେବଳ ପୋଲିସ ଆଉଟ୍ ପୋଷ୍ଟ ଟିଏ କରିଦେଇ ଚୁପ ହୋଇ ବସିଛି ପୋଲିସ ବିଭାଗ । ପୋଲିସ ର ଅଗୋଚରରେ କିପରି ଏସବୁ ଚାଲିଛି , ଏନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକ ।
