ମଛେନ୍ଦ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୁପର ଓଭରରେ ରେଗିଡି ଦଳ ବିଜୟୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ପୈରାଞ୍ଚଳ ମିନି ଷ୍ଟାଡିୟମରେ ଆୟୋଜିତ ମଛେନ୍ଦ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ କ୍ବାଟର ଫାଇନାଲ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମହାଲକ୍ଷ୍ମୀ ଏକାଦଶ କ୍ରିକେଟ କ୍ଳବ, ରେଗିଡି ଛକ ଓ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ରେଗିଡି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ବିକେଟ ହରାଇ ୨୪୫ ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଅମୂଲ୍ୟ ୩୭ ବଲରୁ ଧୁଆଁଧାର ୧୧୧ ରନ୍ ସଂଗ୍ରହ କରିଥିଲେ। ଜବାବରେ ବିପକ୍ଷ ମୁଣ୍ଡମରାଇ ଦଳ ମଧ୍ୟ ନିର୍ଦ୍ଧାରିତ ଓଭରରେ ୬ଟି ଓ୍ବିକେଟ ହରାଇ ୨୪୫ ରନ୍ ସଂଗ୍ରହ କରିଥିଲା । ଫଳରେ ମ୍ୟାଚ୍ ଟାଇ ହେବା ସହ ସୁପର ଓଭର ଖେଳ ଖେଳା ଯାଇଥିଲା। ସୁପର ଓଭରରେ ମୁଣ୍ଡମରାଇ ଦଳ ୧୩ ରନ୍ ସଂଗ୍ରହ କରିଥିଲେ। ଜବାବରେ ବିପକ୍ଷ ରେଗିଡି ଦଳ ୪ଟି ବଲରୁ ୧୪ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ରେଗିଡି ଦଳର ଅମୂଲ୍ୟ ସର୍ବାଧିକ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଅତିଥି ଭାବେ ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର ଯୋଗଦେଇ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ।ଆମ୍ପାୟର ଭାବେ ପ୍ରଶାନ୍ତ ପ୍ରଧାନ ଓ ସାଗର ବେହେରା ଦାୟିତ୍ଵ ନିର୍ବାହ କରିଥିଲେ। ତପନ ବେହେରା ସ୍କୋରର ଥିବା ବେଳେ ରଜତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ।ଛିନିକି ପାତ୍ର, ଶ୍ରୀତମ ପ୍ରଧାନ, ଉମା ମହାରଣା, ପ୍ରଶାନ୍ତ ପ୍ରଧାନ ସୁନିଲ ପାଠି, ଟିକୁ ମହାରଣାଙ୍କ ସମେତ ଇଗଲ କ୍ରିକେଟ କ୍ଳବର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
ଫୋଟ –