ମଛେନ୍ଦ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହିଞ୍ଜିଳିକାଟୁ ଦଳକୁ ୨୩ ରନରେ ପରାସ୍ତ କରି ଆସିକା ଦଳ ସେମିଫାଇନାଲରେ ପ୍ରବେଶ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ପୈରାଞ୍ଚଳ ମିନି ଷ୍ଟାଡିୟମରେ ଆୟୋଜିତ ମଛେନ୍ଦ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ କ୍ୱାର୍ଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି। ରୟାଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଓ ପାନାସୋନିକ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଆସିକା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ବିକେଟ ହରାଇ ୨୨୪ ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଆଦିତ୍ୟ ରେଡ୍ଡୀ ଧୁଆଁଧାର ୮୫ ରନ୍ ଓ ଦୀପକ ସ୍ବାଇଁ ୪୫ ରନ୍ ସଂଗ୍ରହ କରିଥିଲେ।‌ ଜବାବରେ ବିପକ୍ଷ ହିଞ୍ଜିଳିକାଟୁ ଦଳ ନିର୍ଦ୍ଧାରିତ ଓଭରରେ ୬ଟି ଓ୍ବିକେଟ ହରାଇ ୨୦୧ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଆସିକା ଦଳ ୨୩ ରନରେ ବିଜୟ ଲାଭ କରିଥିଲା। ଆସିକା ଦଳର ଆଦିତ୍ୟ ସର୍ବାଧିକ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଅତିଥି ଭାବେ ସମାଜସେବୀ ବୁଢା ବେହେରା ଯୋଗଦେଇ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ।‌ଆମ୍ପାୟର ଭାବେ ପ୍ରଶାନ୍ତ ପ୍ରଧାନ ଓ ଜିତୁ ଦାସ ଦାୟିତ୍ଵ ନିର୍ବାହ କରିଥିଲେ। କାହ୍ନା ସାବତ ସ୍କୋରର ଥିବା ବେଳେ ସୁମନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ଛିନିକି ପାତ୍ର, ଵୁଢା ପାଢି, ଶ୍ରୀତମ ପ୍ରଧାନ, ଉମା ମହାରଣା, ସୁରଜ ସୁବୁଦ୍ଧି, ଚନ୍ଦନ ସାବତ, ସୁନିଲ ପାଠି, ଟିକୁ ମହାରଣାଙ୍କ ସମେତ ଇଗଲ କ୍ରିକେଟ କ୍ଳବର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ