ମଝି ଆକାଶରେ ରେସ୍ତୋରାଁ
ଖାଦ୍ୟ ଖାଇବା କଥା କହିଲେ ଆପଣମାନଙ୍କର ନିଜ ଘରେ କଥା କିମ୍ବା କୌଣସି ରେସ୍ତୋରାଁ କଥା ମନେପଡିଯିବ । ଘରେ ତଳେ ବସି ଖାଇବା କିମ୍ବା ରେସ୍ତୋରାଁର ଚୌକିରେ ବସି ଖାଇବା ହେଉ । କିନ୍ତୁ ଆପଣମାନେ କେବେ ଆକାଶରେ ଝୁଲୁଥିବା ରେସ୍ତୋରାଁ ଖାଇବାର କଥା ଭାବିଛନ୍ତି । ଆମେ ଆପଣମାନଙ୍କୁ ଆକାଶରେ ଏକ ଝୁଲନ୍ତା ରେସ୍ତୋରଁାଁ କଥା କହିବୁ । ଏହି ରେସ୍ତୋରାଁଟି ବେଙ୍ଗାଲୁରୁର ନାଗାୱାରା ହ୍ରଦ ନିକଟରେ ଅବସ୍ଥିତ । ଏହି ରେସ୍ତୋରାଁଟି ଭୂମିଠାରୁ ପ୍ରାୟ ପଚାଶ ମିଟର ଉପରେ ଏକ ବଡ଼ ଖମ୍ବ ଉପରେ ସ୍ଥାପିତ ହୋଇଛି । ଏକକାଳୀନ ବାଇଶ ଜଣ ଗ୍ରାହକଙ୍କ ପାଇଁ ନୈଶ୍ୟଭୋଜନର ସୁବିଧା ରହିଛି । ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଉପଲବ୍ଧ । ଖାଦ୍ୟ ପରଷିବା ପାଇଁ ଚାରି ପାଞ୍ଚ ଜଣ ନିଯୁକ୍ତ ଅଛନ୍ତି । ଯେ କୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଯିବାରେ ସମସ୍ୟା ନାହିଁ । ପାନୀୟ, ଫଳ ରସ ଆଦି ସେବନ ପାଇଁ ଅଧଘଣ୍ଟା ସମୟ ମିଳିବ ଏବଂ ଜଣ ପିଛା ଦେବାକୁ ହେବ ୩,୯୯୯ଟଙ୍କା । ଚାଳିଶଟି ଦେଶରେ ଏପରି “ଫ୍ଲାଇଙ୍ଗ୍ ଡାଇନଂ’ ବ୍ୟବସ୍ଥା ଥିବାବେଳେ ଆମ ଦେଶରେ ଏହାକୁ ପ୍ରଥମ ବୋଲି କୁହାଯାଉଛି ।


