ମଝି ନଈରେ ମୋ ଜୀବନ ଡଙ୍ଗା ମଞ୍ଚସ୍ଥ
ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ବ୍ଲକ ଅନ୍ତର୍ଗତ ଧନନ୍ତର ପଞ୍ଚାୟତ ସୁନାତର ଗ୍ରାମବାସୀ ଙ୍କ ପକ୍ଷରୁ ପବିତ୍ର କୋଠିଶାଳ ଯାତ୍ରା ଉପଲକ୍ଷେ ସୁନାମଧନ୍ୟ ଯୁବ ନିର୍ଦ୍ଦେଶକ ବସନ୍ତ କୁମାର ଜେନା ଙ୍କ ନିର୍ଦ୍ଦେଶନା ରେ ସାମାଜିକ ନାଟକ ମଝି ନଈରେ ମୋ ଜୀବନ ଡଙ୍ଗା ମଞ୍ଚସ୍ଥ ହୋଈଯାଈଛି। ଉକ୍ତ ନାଟକ କୁ ଯୁବ ସମାଜସେବୀ ନିରଞ୍ଜନ ଜେନା ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଦିଗପହଣ୍ଡି ର ବିଶିଷ୍ଟ କର୍ମକାଣ୍ଡ ପୁରୋହିତ ଭବାନୀ ଶଙ୍କର ତ୍ରିପାଠୀ, ଧନନ୍ତର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମକରା ସ୍ବାଈଁ, ଧନନ୍ତର ସରପଞ୍ଚ ରାଜେଶ କୁମାର ଜେନା,ସ୍ଥାନୀୟ ସମିତି ସଭ୍ୟ ରବୀନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ,ଓର୍ଡ ସଭ୍ୟ କାହ୍ନୁ ଚରଣ ପାତ୍ର ପ୍ରମୁଖ ଅତିଥି ମାନେ ପ୍ରକାଶ କରିଥିଲେ ଯେ ବଣମଲ୍ଲୀ ବଣରେ ଫୁଟି ତାହାର ମହକ ମହକିବା ପୂର୍ବରୁ ମଉଳି ଯାଉଛି। ସେହିଭଳି ଗାଁ ଗଣ୍ଡାରେ ରହିଥିବା ପ୍ରତିଭା କୁ ଲୋକଲୋଚନକୁ ଆଣିବା ଦିଗରେ ଏଭଳି ନାଟକ ବିଶେଷ ସହାୟକ ହୋଈପାରିବ। ଏହି ନାଟକ କୁ ଉପଭୋଗ କରିବା ଲାଗି ବ୍ଲକର ବିଭିନ୍ନ କୋଣ ଅନୁକୋଣରୁ ଦର୍ଶକ ଆସିଥିଲେ। ଏହି ନାଟକ କୁ ସୁନାତର ଗ୍ରାମବାସୀ ପରିଚାଳନା କରିବାରେ ସହଯୋଗ କରିଥିଲେ।