ମଞ୍ଚସ୍ଥ ସାମାଜିକ ନାଟକକୁ ଉଦଘାଟନ କଲେ ପୂର୍ବତନ ବିଧାୟିକା

କୋଦଳା,(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ମା ନାରାୟଣୀ ନାଟ୍ୟ ସଂସଦର 16 ତମ ଅବଦାନରେ ମଞ୍ଚସ୍ଥ ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ କୁ ଉଦଘାଟନ କଲେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ସାମ୍ନାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ ,ଆସିକା ସମବାୟ ନିର୍ଦେଶକ ହୃଷିକେଶ ମେହେଣା ଯୋଗଦେଇ ଥିଲେ । ଉପସ୍ଥିତ ଅତିଥି ମାନେ ଗଞ୍ଜାମ ଓ ଓଡିଶା ର କଳା ସଂସ୍କୃତି ଉପରେ ଆଲୋଚନା କରିବା ସହ କଳାକାର ଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ଅନେକ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ଜନପ୍ରତିନିଧି, ସମାଜସେବୀ ଉପସ୍ଥିତ ଥିଲେ । ଏହି ନାଟକକୁ ଦଣ୍ଡପାଣି ପ୍ରଧାନ ନିର୍ଦେଶନା ଦେଇଥିବା ବେଳେ ଯୁବକ ସଂଘ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ