ମଞ୍ଜୁରୀ ଶାରଦା ବିଦ୍ୟାମନ୍ଦିର ଠାରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ଶାରଦା ବିଦ୍ୟାମନ୍ଦିର-୨ ଠାରେ ପ୍ରଧାନ ଆଚାର୍ଯ୍ୟ ନିର୍ମଳ କୁମାର ସେନାପତିଙ୍କ ସଂଯୋଜନା ରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଗୁରୁ ଦିବସ ଅବସରରେ ବିଜ୍ଞାନ ଶିକ୍ଷକ ଅର୍ଜୁନ ଚରଣ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଦ୍ୟାର୍ଥୀ ଜ୍ୟୋତିର୍ପ୍ରିୟା ମାଝୀ,ପ୍ରିୟଙ୍କା ସେଠୀ, ଇପ୍ସିତା ଧଳ ଓ ଶୁଭଶ୍ରୀ ରାଉତ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସେହିଭଳି ଛାତ୍ରୀ ରିଚାରାଣୀ ପଣ୍ଡା ଓ ଜୟଶ୍ରୀ ଦାସ ଗୁରୁବନ୍ଦନା ପାଠ କରିଥିଲେ। ଆଚାର୍ଯ୍ୟ କେଶବ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ଦମୟନ୍ତୀ ଦାସ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଗୁରୁମା ସବିତା ରାଉତ, ଦମୟନ୍ତୀ ବେହେରା, ଜ୍ୟୋତିରାଣୀ ରାଉତ, ସନ୍ତୋଷ ପ୍ରଧାନ, ପ୍ରଭାତୀ ବହଳିଆ ପ୍ରମୁଖ ପରିଚାଳନା କରିଥିଲେ।