ମଞ୍ଜୁରୀ ଶାରଦା ବିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ମଞ୍ଜୁରୀ ସ୍ଥିତ ଶାରଦା ବିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଗୁରୁଜୀ ନିର୍ମଳ କୁମାର ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷାଧିକାରୀଣି ମଂଜୁବାଳା ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଭଣ୍ଡାରିପୋଖରୀ ଶାରଦା ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଦେବଦତ୍ତ ଦାସ, ସରପଞ୍ଚ ସୁଜାତା ସାହୁ, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଆଶୁତୋଷ ବଳ, ଶିକ୍ଷାବିତ ଫକୀର ଚରଣ ଧଳ, ଟ୍ରଷ୍ଟ ସଭ୍ୟ ତାରାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଶିକ୍ଷା ପ୍ରଣାଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ପବନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ଦମୟନ୍ତୀ ଦାସ କାର୍ଯ୍ୟକ୍ରମକୁ ସଞ୍ଚାଳନ ଓ ପ୍ରଭାତୀ ବହଳିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନେ ଶାରଦା ଶ୍ରୀ ଉନ୍ମୋଚନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ ଶ୍ରୀ ଗଣେଶ ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ଶୁଶାନ୍ତ କୁମାର ସେନାପତି, ଦମୟନ୍ତୀ ବେହେରା, ସସ୍ମିତା ରାଉତ, କେଶବ ଚନ୍ଦ୍ର ସେଠୀ, ସନ୍ତୋଷ କୁମାର ପ୍ରଧାନ, ନିତ୍ୟାନନ୍ଦ ସେନାପତି, ଶୁଶାନ୍ତ କୁମାର ପଣ୍ଡା, ରତ୍ନାକର ନାୟକ, ଲୁସିମା ନାୟକ, ସବିତା ରାଉତ, ଜ୍ୟୋତିର୍ମୟୀ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।


