ଚୋରୀ ଅଭିଯୋଗରେ ଦୁଇ ଅଟକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ନନ୍ଦିପଦା ଥାନା ଅଧିନସ୍ଥ ମଠଡାହି ନିକଟରେ ଥିବା ଏକ ଇଟା ଫେକ୍ଟେରୀରୁ ୫ଏଚ.ପି ମଟର ଚୋରୀ ଅଭିଯୋଗରେ ନନ୍ଦିପଦା ପୁଲିସ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଖବରରୁ ଜଣାଯାଇଛି ଛେନାପଦି – ହଦଗଡ ରାସ୍ତାର ମଠଡାହି ନିକଟରେ କୁଣ୍ଡିସାହି ଗ୍ରାମର ପ୍ରଭାତ ମହଲାଙ୍କ ଇଟାଭାଟିରୁ କେହି ଦୁର୍ବୁତ ଗତ ତିନିଦିନ ତଳେ ଏକ ୫ଏଚ.ପି ମଟର ଚୋରି କରିନେଇଥିଲେ । ଏନେଇ ପ୍ରଭାତ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ଥାନା ଏସ.ଆଇ ରଣଜିତ ପଟ୍ଟନାୟକ ଥାନା କେସନଂ ୩/୨୦୨୦ରେ ଏକ ମାମଲା ରୁଜୁକରି ପୁଲିସ ସନ୍ଦେହରେ ସେହିଗ୍ରାମର ଦୁଇଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ