ମଠବ୍ରହ୍ମପୁରରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ
କୋଦଳା:(ଗୁଲସନ୍ କୁମାର କର)ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟ ରେ ସମ୍ମାନନୀୟ ଜିଲ୍ଲାପାଳଙ୍କ ଦ୍ଵାରା ନିର୍ଦେଶୀତ “ପିଲାଟିଏ ଗଛଟିଏ” କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ରୁପେ କ୍ଲଷ୍ଟରର ଦାୟିତ୍ୱ ଗ୍ରହଣ କରିଥିବା ସିଆରସିସି ଶ୍ରୀ ରବୀନ୍ଦ୍ର ସେଠୀ ଯୋଗ ଦେଇ ପିଲା ମାନଙ୍କୁ ଏହି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବୁଝାଇଥିଲେ । ପୋଲସରା ବନବିଭାଗରୁ ଅଣାଯାଇଥିବା ସିଶୁଆ ,ପିଜୁଳି ,ଆକାଶିଆ,ପାଟୁଳୀ ଓ ଡାଳିମ୍ବ ଆଦି ୧୦୨ ଜଣ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ହରପ୍ରିୟା ପଟ୍ଟନାୟକ ସହଯୋଗ କରିଥିଲେ । ଅନ୍ୟ ସହକାରୀ ଶିକ୍ଷକ ଅଶୋକ କୁମାର ସେଠୀ ଓ ଭବାନୀ ଶଙ୍କର ସେଠୀ ଏବଂ ଶିକ୍ଷୟିତ୍ରି ଭାରତୀ ସାହୁ ପିଲାମାନଙ୍କୁ ଚାରା ଗଛ ବଣ୍ଟନରେ ସହଯୋଗ କରିଥିଲେ ।


