ମଠମୁକୁନ୍ଦପୁର ଗ୍ରାମବାସି ଙ୍କ ନିଆର ପ୍ରୟାସ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦,୫୦୦ ପ୍ରଦାନ

ଗଂଜାମ:ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ମଠମୁକୁନ୍ଦପୁର ଗ୍ରାମବାସୀଙ୍କ ନିଆର ପ୍ରୟାସ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦,୫୦୦ଟଙ୍କା ଦାନ କରିଛନ୍ତି । ଯାହା ଗଂଜାମ ବ୍ଳକ ରେ ପ୍ରଥମ ଗ୍ରାମ ବୋଲି ଜଣ ପଡିଛି ।ସୁବଳୟା ସ୍ଥିତ ପଞ୍ଚୟତ କାର୍ଯ୍ୟାଳୟ ଠାରେ କେ. ମଠ ମୁକୁନ୍ଦ ପୁର ଗ୍ରାମ ର ଗ୍ରାମ୍ୟ କମିଟି ସଭାପତି ଦୟାନିଧି ପ୍ରଧାନ, ଶିକ୍ଷକ ନିରଞ୍ଜନ ମୁଦୁଲି, ଶିଶିର ନାହାକ, ସମାଜ ସେବୀ ମୋହନ ପ୍ରଧାନ, ରଘୁପ୍ରଧାନ, ଝଡ଼ିଆ ନାହାକ, ପ୍ରମୁଖ ଗଞ୍ଜାମ ବ୍ଲକ ବିଡ଼ିଓ ଶ୍ରୀ ଜ୍ୟୋତିଶଙ୍କର ରାୟ,ଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।ଉକ୍ତ ସମୟରେ ରମ୍ଭା ଥାନା ଆଇଆଇସି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ,ସୁବଳୟା ପଞ୍ଚାୟତର ସରପଞ୍ଚ କେଦାର ସ୍ୱାଇଁ, ସମିତି ସଭ୍ୟ ସୁରଥ ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବିଶ୍ୱାଳ,ବାନାମ୍ବର ନାହାକ ଉପସ୍ଥିତ ଥିଲେ ।ଏହି ଅବସରରେ ସାମାଜିକ ଦୂରତ୍ୱ ରହି ଗ୍ରାମର ପ୍ରବେଶ ପଥରେ ସମସ୍ତଙ୍କୁ ସାନିଟାଇଜର,ଡେଟଲ,ହ୍ୟାଣ୍ଡୱାସରେ ହାତ ଧୋଇବା,ଘର ବାହାରକୁ ନବାହାରିବା ପାଇଁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ