ମଠସରସିଙ୍ଗିରେ ଧାନମଣ୍ଡି ଉଦ୍‌ଘାଟିତ

କୋଦଳା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମଠସରସିଙ୍ଗି ପଞ୍ଚାୟତ ସେବା ସମବାୟ ସମିତିରେ ଗୁରୁବାର ଦିନ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସେବା ସମବାୟ ସମିତି ସଂପାଦକ ରାଜେଶ ପଣ୍ଡାଙ୍କ ସଂଯୋଜନାରେ ଆସିକା କୋପରେଟିଭ ବ୍ୟାଙ୍କର କୋଦଳା ଶାଖା ପରିଚାଳକ କମଳେଶ ପ୍ରସାଦ ଗୌଡ଼ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଧାନ କୁଇଣ୍ଟାଲର ସର୍ବନିମ୍ନ ମୂଲ୍ୟ ୧୮୧୫ ଟଙ୍କା ରହିଥିବା ବେଳେ ପଞ୍ଚାୟତର ୨ ଜଣ ଚାଷୀଙ୍କ ଠାରୁ ୫୬ କୁଇଣ୍ଟାଲ ଧାନ କ୍ରୟ କରାୟାଇଥିଲା । ଏଥିରେ ସମବାୟ ସମିତି ସଭାପତି ରାମହରି ପଣ୍ଡା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ସମେତ ପଞ୍ଚାୟତର ଅନେକ ଚାଷୀ ଓ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ