ମଠସରସିଙ୍ଗୀରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ।
କୋଦଳା: (ଗୁଲସନ୍ କୁମାର କର)ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଙ୍ଗୀ ଗ୍ରାମରେ ଶୁକ୍ରବାର ଦିନ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଯାଇଛି।ଏହା ତିନିଦିନ ବ୍ୟାପୀ ଚାଲିବ। ପ୍ରତେକ ବର୍ଷ ଏହା ପହିଲି ରଜ ଦିନଠୁ ଆରମ୍ଭ ହୋଇ ଶେଷ ରଜ ଯାଏଁ ଚାଲେ।ଏଥିରେ ଗ୍ରାମବାସୀ ରାଧାକୃଷ୍ଣଙ୍କୁ ପୂଜା କରିଥାନ୍ତି।ତତ୍ ସହିତ ଏହି ୩ଦିନ ଗ୍ରାମବାସୀ ଦୀକ୍ଷା ଗ୍ରହଣ କରି ପ୍ରଭୁଙ୍କ ନାମ ଭଜିବା ସହ ପ୍ରଥମେ ବେଢା ଚାରିପାର୍ଶ୍ଵ ବୁଲିଲା ପରେ ନଗର ପରିକ୍ରମା କରିଥାନ୍ତି।ଏଥିସହ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଗଢି ଉଠିଛି।