ମଠସରସିଙ୍ଗୀ ଗ୍ରାମ ପଞ୍ଚାୟତବାସୀଙ୍କ ବିଡ଼ିଓଙ୍କୁ ଦାବିପତ୍ର

କୋଦଳା: ନୂତନ କରି ଦାଇତ୍ଵ ଗ୍ରହଣ କରିଛନ୍ତି ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା । ଦାଇତ୍ଵ ଗ୍ରହଣ କରିବାର ଦ୍ଵିତୀୟ ଦିନରେ ହିଁ ମଠସରସିଙ୍ଗୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଜନ ସାଧାରଣ ଶୁକ୍ରବାର ଦିନ ବିଡ଼ିଓଙ୍କୁ ଭେଟି ସମିତି ସଭ୍ୟ ମହେଶ୍ଵର ପଣ୍ଡାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।ସେମାନେ ଦାବିପତ୍ରରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି।ମୁଖ୍ୟତ କିଭଳି ବାହ୍ୟ ମଳ ତ୍ୟାଗ ବନ୍ଦ କରିବା ନିମନ୍ତେ ପଦକ୍ଷେପ ନିଆଯିବା ସହ ସଚେତନ କରାଯାଇ ପରିମଳ ବ୍ୟବସ୍ଥାକୁ ସୁଧରା ଯାଇପାରିବ ତତ୍ ସହିତ ନଳକୂପ ଗୁଡିକର ମରାମତି,ପିଇବା ପାଣିର ଘରୋଇ ଯୋଗାଣ ଆଦି ପ୍ରମୁଖ ବିଷୟ ଉପରେ ଦାବିପତ୍ର ପ୍ରଦାନ କରିଥିଲେ।ଏଥିରେ ସମିତି ସଭ୍ୟ ମହେଶ୍ଵର ପଣ୍ଡାଙ୍କ ସମେତ ମୃତ୍ୟୁଞ୍ଜୟ ବେହେରା,କାହ୍ନୁ ଚରଣ କର, ଅଜିତ ମହାନ୍ତି,ତ୍ରିନାଥ ମହାନ୍ତି ,ଧନୁ କର,ଧର୍ମେନ୍ଦ୍ର ମହାନ୍ତି,ଭଞ୍ଜ ମହାନ୍ତି ଆଦି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ