ମଠ କପୁଣ୍ଡି ପଡିଆରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ମଠ କପୁଣ୍ଡି ପଡିଆ ଠାରେ ନୂଆ ଓଡିଶା ଯୁବ ଓଡିଶା ଯୋଜନାରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଏକ ରଙ୍ଗାରଙ୍ଗ ପରିବେଶରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନ କାର୍ଯ୍ୟକ୍ରମ ଦିନ ୨ଟା ଠାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ପ୍ରତିଯୋଗିତାରେ କ୍ରିକେଟରେ ୮୪ଟି ଦଳ ଭାଗନେଇ ଥିବାବେଳେ ଫୁଟବଲରେ ୩୨ଟି ଦଳ, ଭଲ୍ଲିବଲ ରେ ୧୭ଟି ଦଳ, କବାଡି ରେ ୧୨ଟି, ଖୋଖୋ ରେ ୧୧ଟି, ହକି ରେ ୨ଟି ଦଳ ଭାଗନେଇ ଥିଲେ। ଉଦଯାପନି ଦିବସରେ କେବଳ କ୍ରିକେଟର ଦୁଇଟି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପଦ୍ମନାଭ ସାମଲ ଓ ବଳରାମ ଜେନା ଅମ୍ପାୟାର ଭାବେ କ୍ରିକେଟ ମ୍ୟାଚ ପରିଚାଳନା କରିଥିଲେ। ହଜାର ହଜାର ଲୋକ ଏହି ଖେଳକୁ ଉପଭୋଗ କରିଥିଲେ। ଉଦଯାପନି ଉତ୍ସବରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଳକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ହାଟଡ଼ିହି ସରପଞ୍ଚ ଚିନ୍ମୟ ନାୟକ, ଯୁବ ସମାଜସେବୀ ଅଭୀମନ୍ୟୁ ସେଠୀ, ହାଟଡ଼ିହି ପଞ୍ଚାୟତ ର ସମିତିସଭ୍ୟ କୈଳାଶ ରାଉତ ପ୍ରମୁଖ ଯୋଗଦେଇ ପ୍ରତି ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଖୋର୍ଦ୍ଧାର ପାଇକ ଆଖଡା ଓ ଭଦ୍ରକରୁ ଆସିଥିବା ସାଂସ୍କୃତିକ ଦଳ ଗୁଡିକ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ସ୍କୁଲର ଖେଳ ଶିକ୍ଷକ ଶାନ୍ତନୁ ରାଉତ, ପ୍ରମୋଦ ବେହେରା, ସତ୍ୟବ୍ରତ ସାମଲ, ଲଷ୍ମୀଧର ଜେନାଙ୍କୁ ଏହି କ୍ରୀଡା ପ୍ରତିଯୋଗିତା ପରିଚାଳନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଯନ୍ତ୍ରୀ ଶାଶ୍ୱତ ରଞ୍ଜନ ଦାଶ, ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ, ସିପି ସୁବ୍ରତ ନାୟକ, ଏସପି ପ୍ରଶାନ୍ତ ସେଠୀ, ପିଇଓ ଜିତେନ୍ଦ୍ର ଜେନାଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ