ମଣିତରାରେ ମା’ ଗଜଲକ୍ଷ୍ମୀ ପୂଜା

ବୁଗୁଡା,(ଅନିଲ କୁମାର): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ଅକ୍ଟୋବର ୧୬ ତାରିଖ କୁମାର ପୂର୍ଣ୍ଣିମା ଦିନ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୂଜା ଉତ୍ସବ ଆଡମ୍ବର ସହ ସ୍ଥାୟୀ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୂଜାର୍ଚ୍ଚନା ପାଇଁ ପୁରୋହିତ ଭାବେ କୁମୁଦ ଚନ୍ଦ୍ର ମିଶ୍ର ନିୟୋଜିତ ଥିବା ବେଳେ କର୍ତ୍ତା ଭାବେ ସସ୍ମିତା ପ୍ରଧାନ ଓ ବିନୋଦ କୁମାର ପ୍ରଧାନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମାଣିତରା ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ସୀମାଞ୍ଚଳ ପ୍ରଧାନ, ସମ୍ପାଦକ କାଳୁ ଚରଣ ପ୍ରଧାନ ଓ କୋଷାଧ୍ୟକ୍ଷ ଆଶାନନ୍ଦ ରାଉତଙ୍କ ସମେତ ପୂଜା କମିଟିର ସଦସ୍ୟ ବୃନ୍ଦ ଓ ଗ୍ରାମବାସୀଙ୍କ ସହଯୋଗରେ ପୂଜାକାର୍ଯ୍ୟ ହେଉଅଛି। ମା’ ଗଜଲକ୍ଷ୍ମୀଙ୍କ ପୂଜା ଆସନ୍ତା ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ ଯଥାବିଧି ଅନୁଷ୍ଠିତ ହେବାସହ ୨୦ ତାରିଖ ଦିନ ବିସର୍ଜନ କାର୍ଯ୍ୟ ସମ୍ପାଦନ ହେବ। ସୁନ୍ଦର ମେଢ଼ ଓ ଆଲୋକ ସଜ୍ଜିତ ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ପୂଜା କାର୍ଯ୍ୟକ୍ରମ ଆଗେଇ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ