ମଣିତରା ପଞ୍ଚାୟତରେ ମଦମୁକ୍ତ ଆନ୍ଦୋଳନ

ବୁନୁଡ଼ା(ଯୁଗାବ୍ଦ ନ୍ୟୁଜ୍‍): ମାଣିତରା ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ପଞ୍ଚାୟତ ବୈଠକରେ ଗୃହୀତ ହେବାପରେ ସରପଞ୍ଚ ଶାନ୍ତିଲତା ନାୟକ ଜିଲ୍ଳାପାଳଙ୍କୁ ଲିଖିତ ଭାବେ ଜଣାଇବାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଥିଲେ । ଏକ ମାସ ମଧରେ ୩ଯୁବକ ମଦପାନ କରି ମୃତ୍ୟୁବରଣ କରିବାଦ୍ୱାର ଅସନ୍ତୋଷ ପ୍ରକାଶ ଦେଖାଦେଇଥିଲା । ଫଳରେ ପୁନର୍ବାର ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଦିବା ୧୦ଟାରୁ ୨ଘଣ୍ଟା ଗ୍ରାମ ପରିକ୍ରମା କରି ମଦ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏ ନେଇ ସରପଞ୍ଚ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ତହସିଲଦାର, ଥାନାଧିକାରୀ, ଅବକାରୀ ଅଧିକାରୀ, ବିଡିଓ ଓ ସମସ୍ତ ମିଡିଆକୁ ଲିଖିତ ଭାବେ ସୂଚନା ଦିଆଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପଞ୍ଚାୟତର ୨୮୦ଟି ସ୍ୱୟଂ ସହାୟକ ଗ୍ରୁପ୍‍,୍‍ ଅଙ୍ଗନବାହି କର୍ମୀ, ଲୋକ ପ୍ରତିନିଧି ଓ ଜନସାଧାରଣ ଗୁରୁବାର ଦିବ ୧୦ଟାରେ ପଞ୍ଚାୟତ କାର୍ଯ୍ୟାଳୟରେ ଏକାଠି ହୋଇ ମଦ ବିରୋଧି ପ୍ଲାକାର୍ଡ ଧରି ମାଣିତରା ଗ୍ରାମ ପରିକ୍ରମା କରି ଭୋଗଡ଼ା ଗ୍ରାମକୁ ଯାଇଥିଲେ । ସେଠାରେ ଦେଶୀ ମଦ ଦୋକାନକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ ମହିଳାମାନେ ମଦ ଦୋକାନରେ ଥିବା ମହିଳା ଓ ପୁରୁଷ ସେଲ୍‍ସମ୍ୟାନଙ୍କୁ କହିଥିଲେ । ମହିଳା ସେଲ୍‍ସମ୍ୟାନ ଜଣକ ଆନ୍ଦେଳନକାରୀ ମହିଳାଙ୍କୁ ଅସଭ୍ୟ ଭାଷାରେ କହିଥିଲେ, ପ୍ରଥମେ ତୁମ ସ୍ୱାମୀମାନଙ୍କୁ ମଦ ପିଇବାକୁ ବାରଣ କର । କାରଣ ଆମେ ଲାଇସେନ୍ସ ପାଇଛି ମଦ ବିକିବାକୁ । ଫଳରେ ମହିଳାମାନେ ଉତ୍ତ୍ୟକ୍ତ ହୋଇ ମଦ ପାଉଚ ଓ ଏକ ବ୍ୟାରେଲରେ ଥିବା ସ୍ପିରିଟ୍‍କୁ ଆଣି ପୋଡ଼ି ଦେଇଥିଲେ ।
ପ୍ରକାଶ ଥାଉ ମଦ ଦୋକନାରେ ଲାଇସେନ୍ସ ବୋର୍ଡରେ ବୁଗୁଡ଼ାର ଚିତ୍ରସେନ ପ୍ରଧାନ ଲେଖାଥିବାବେଳେ ଚିତ୍ରସେନ ଏକବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏନେଇ ତହସିଲଦାର ସଂଗ୍ରାମ କେଶରୀ ଜେନା କହିଥିଲେ ଯେ ଅନୁସନ୍ଧାନ ଲାଗି ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ମଧ୍ୟ ଆନ୍ଦୋଳନ ଜାରି ରହିଛଇ । ଏହି ମଦବିରୋଧୀ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ପ୍ରଶଂସା କରିଥିବାବେଳେ ସମସ୍ତ ଯୁବକ ମାଣିତରା ପଞ୍ଚାୟତକୁ ମଦମୁକ୍ତ କରିବାକୁ ଶପଥ ନେଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ