ମଣିପୁରରେ ଶାନ୍ତି ସ୍ଥାପନ ପାଇଁ “ଓମେନ୍ସ” ସଂଗଠନର ପଦଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଣିପୁରରେ ଘଟିଯାଇଥିବା ନାରୀ ନିର୍ଯ୍ୟାତନା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସ୍ଥାନୀୟ ଜନସାଧାରଣ ଶାନ୍ତି ପାଇଁ ବ୍ୟାକୁଳ ହୋଇଉଠିଛନ୍ତି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟର ଅନ୍ୟତମ ଅଗ୍ରଣୀ ନାରୀ ସଂଗଠନ “ଓମେନ୍ସ” ପକ୍ଷରୁ ତା ୨୬.୦୭.୨୦୨୩ ଦିନ ୩ ଘଟିକା ସମୟରେ ସ୍ଥାନୀୟ ନିଳାଦ୍ରୀ ବିହାର ଛକଠାରୁ ଡି.ଏ.ଭି ସ୍କୁଲ ଛକ ଯାଏ ଏକ ଶାନ୍ତି ଶୋଭାଯାତ୍ରା ବାହାରିଥିଲା । ଅନୁଷ୍ଠାନର ସଭାନେତ୍ରୀ ସରୋଜିନୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ନୀରବ ପ୍ରତିବାଦ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଜାତା ପ୍ରଧାନ, ଲକ୍ଷ୍ମୀ ସିଂ ଓ ରାବେୟା ବେଗମ୍ ପ୍ରମୁଖ ସମାଜସେବୀ ଯୋଗଦେଇ ମଣିପୁରରେ ଶାନ୍ତି ସ୍ଥାପନ ଆଜିର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ