ମଣିଷ ମାଂସକୁ ଆଚାର କରି ଖାଉଥିଲେ ଦମ୍ପତି
ବିଶ୍ୱରେ ଏପରି କିଛି ଲୋମଟାଙ୍କରା ଘଟଣା ଘଟିଛି ଯାହା ଆଜି ବି ଶୁଣିଲେ ହୃଦୟ ଥରାଇଥାଏ । ଭାରତର ନିଠାରି ଘଟଣା ବିଶ୍ୱରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା ବେଳେ ରୁଷିଆର ମଣିଷ ମାଂସ ଖାଉଥିବା ସ୍ୱାମୀ-ସ୍ତ୍ରୀଙ୍କ ଘଟଣା ଏବେ ବି ହୃଦୟକୁ ଆନ୍ଦୋଳିତ କରିଥାଏ । ରୁଷିଆର କସନୋଦର ସହରରେ ରହୁଥିବା ଏହି ଦମ୍ପତି ଥିଲେ ନତାଲିଆ ଏବଂ ତାଙ୍କ ସ୍ୱାମୀ ଦମିତି୍ର ୱାକସାୟବ । ଏହି ଦୁଇଜଣ ନରଭକ୍ଷୀ ଥିଲେ । ପ୍ରଥମେ ଲୋକଙ୍କୁ ହତ୍ୟା କରୁଥିଲେ ପରେ ମାଂସକୁ ଟୁକୁଡା ଟୁକୁଡା କରି ଫ୍ରିଜରେ ରଖି ଖାଉଥିଲେ । ଯେତେବେଳେ ଲୋକେ ପୁଲିସ୍ରେ ଏହି ଖବର ଦେଲେ ଏବଂ ପୁଲିସ ମାମଲାରେ ଦଖଲ ଦେଲା ସେତେବେଳେ ଏହି ନରଭକ୍ଷୀଙ୍କ କାଣ୍ଡ ପଦାକୁ ଆସିଥିଲା । ତାଙ୍କ ଘର ଭିତରୁ ମିଳିଥିଲା ୮ଜଣ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ । ଖାଲି ଏତିକି ନୁହେଁ ଏହି ମାଂସରେ ସେମାନେ ଆଚାର କରୁଥିଲେ । କୋର୍ଟରେ ସେମାନେ ସ୍ୱୀକାର କରିଥିଲେ ଯେ, ୩୦ ଜଣ ମହିଳାଙ୍କୁ ଆମେ ହତ୍ୟା କରିଛୁ । ପରେ ସେମାନଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ଗତ କିଛିବର୍ଷ ତଳୁ ଉଭୟଙ୍କର ମୃତ୍ୟୁ ହୋଇସାରିଛି ।


