ମଣ୍ଡିରୁ ଉଠୁନି ଧାନ ରାଜରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଧିନ କୋଷାଗୁମୁଡ଼ା ଲ୍ୟାମ୍ପ ରେ ଧାନ କିଣାରେ ଅବ୍ୟବସ୍ଥା । ୧୫ ଦିନରୁ ଅଧିକ ହେଲାଣି ଏଠାରେ ମଣ୍ଡିରୁ ଧାନ ଉଠୁନି। ଯାହାକୁ ନେଇ ଆଜି ଚାଷୀମାନେ କୋଷାଗୁମୁଡ଼ା ରାଜରାସ୍ତା ରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ। ରାସ୍ତାରେ ଧାନ ବସ୍ତା ରଖି ସରକାର ଏବଂ ପ୍ରଶାସନ ବିରୋଧୀ ନାରା ଦେବା ସହ ତୁରନ୍ତ ଧାନ ଉଠାଇବା ପାଇଁ ଦାବି କରିଥିଲେ। ରାସ୍ତାରେ ଧାନ ରଖିବା ଯୋଗୁଁ ଯାତାୟତ ବନ୍ଦ ରହିଥିଲା ଖବର ପାଇ ପୋଲିସ ପହଞ୍ଚି ଅବରୋଧକାରୀ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀମାନେ ଧାନ ନ ଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ।ତେବେ ଦୀର୍ଘ ଦିନ ହେବ ମଣ୍ଡି ରେ ଧାନ ପଡି ରହିଥିଲେ ମଧ୍ୟ୍ୟ ଧାନ ନେଵାପାଇଁ ମିଲରଙ୍କ କାଭାଁ ଗୋଟିଏ ଦୁଇଟି ଗାଡି ଆସୁଛି ଓ ଧାନ ଯାଉଛି କିନ୍ତୁ ବହୁ ସଂଖ୍ୟାରେ ଧାନ ଉଠିନ ପାରି ମଣ୍ଡିରେ ପଡି ରହିଛି। ବହୁଦିନ ହେଲା ମଣ୍ଡି ରେ ଧାନ ପଡ଼ିଥିବା କାରଣ ରୁ ଚାଷୀମାନେ ଆଜି ଉକ୍ଷିପ୍ତ ହୋଇ ଧାନ ବସ୍ତା ରାସ୍ତାରେ ରଖି ବିରୋଧ କରିଥିଲେ। କୋଷାଗୁମୁଡା ଆରଏମସି ନିକଟରେ ମଣ୍ଡି ଖୋଲା ଯାଇଛି କିନ୍ତୁ ଧାନ କିଣିବାରେ ଲ୍ୟାମ୍ପ ଅଧିକାରୀ ମାନେ ଗରୁତ୍ବ ଦେଉନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଲ୍ୟାମ୍ପ ରେ ପଞ୍ଜିକରଣ କରିଥିବା ୨୧ ଜଣ ଚାଷୀଙ୍କ ୩୧ଶହ ପେକେଟ, ମହାଲକ୍ଷ୍ମୀ SHG ରେ ପଞ୍ଜିକରଣ କରିଥିବା ୭ଜଣ ଚାଷୀଙ୍କ ୭ ଶହ ପେକେଟ ଓ କଲ୍ୟାଣୀ ଏସଏଚଜୀ ରେ ପଞ୍ଜିକରଣ କରିଥିବା ୨୫ ଜଣ ଚାଷୀ ଙ୍କ ୩୫ ଶହ ପେକେଟ ଧାନ ମଣ୍ଡିରେ ପଡିରହିଛି । ସେପରି ଅନ୍ୟ ମଣ୍ଡି ଗୁଡିକରେ ମଧ୍ୟ ହଜାର ହଜାର ବସ୍ତା ଧାନ ପଡିରହିଥିଲେ ମଧ୍ୟ ସେଠାରୁ ମଧ୍ୟ ଧାନ ଉଠୁନି । ଏ ସଂପର୍କରେ ଲ୍ୟାମ୍ପ କର୍ମଚାରୀଙ୍କ କହିବା ଅନୁଯାୟୀ ମିଲରଙ୍କ ଟାର୍ଗେଟ ନଥିବାରୁ ସେମାନେ ଧାନ ନେବାକୁ ଅସୁନଥିବାରୁ ଚାଷୀଙ୍କ ଧାନ ଉଠିପାରୁନି । ଜିଲ୍ଲା ଯୋଗାଣ ବିଭାଗ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ବେଳେ ଲ୍ୟାମ୍ପ କର୍ମଚାରୀ ମିଲରଙ୍କ ଆସିବା ବାଟକୁ ଚାହିଁ ଚାଷୀଙ୍କ ଧାନ କିଣୁ ନାହାନ୍ତି। ଏଭଳି ଅବ୍ୟବସ୍ଥା ମଧ୍ୟରେ ମଣ୍ଡି ଚାଲୁଥିବା ବେଳେ ଚାଷୀ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଛି । ଯାହାଫଳରେ ଆଜି ଚାଷୀମାନେ ଉତକ୍ଷିପ୍ତ ହୋଇ ଧାନ ବସ୍ତା ଧରି କୋଷାଗୁମୁଡ଼ା ବ୍ଲକ ରାଜ ରାସ୍ତା ଅବରୋଧ କରିଥିଲେ।ଯେ ପର୍ଯ୍ୟନ୍ତ ଧାନ ନ ଉଠିଛି ସେପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ ଚାଷୀମାନେ ।ଶେଷରେ ମିଲର ଆସିବା ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଏହି ଆନ୍ଦୋଳନ ରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ହରିବନ୍ଧୁ ମାଝୀ, ସମିତିସଭ୍ୟ ଲକ୍ଷ୍ମଣ ପୂଜାରୀ, ମଧୁସୂଦନ ଭତ୍ରା ଙ୍କ ସହ ଆନ୍ଦୋଳନ କାରୀ ଚାଷୀ -ଧନୁର୍ଜୟ ମାଝୀ, ପଦୁରାମ ରନ୍ଧାରୀ, ଲକ୍ଷ୍ମୀଚନ୍ଦ୍ର ଭତ୍ରା, ବୈଦେଵ ପୂଜାରୀ, ସହଦେବ ପୂଜାରୀ, ଡୋମୁ ତେଲି, ତ୍ରିନାଥ ବିସୋଇ, କୋମୁଳୁ ଭତ୍ରା, ତୁଳାରାମ ପୂଜାରୀ, ସଂସାଇ ରନ୍ଧାରୀ, କମଳ ଲୋଚନ ପୂଜାରୀ, ଗୋରା ମୁରିଆ, କୋମଳ ଲୋଚନ ମୁରିଆ, ରମେଶ ମାଝୀ ପ୍ରମୂଖ ଙ୍କ ସହ ପ୍ରାୟ ଶତାଧିକ ଚାଷୀ ଉପସ୍ଥିତ ରହି ଆନ୍ଦୋଳନ କରିଥିଲେ ।