ମଣ୍ଡିରେ ତାଲା ପକାଇଲେ ଏସ ଏସ ଜିର ମହିଳା ମାନେ
ମାଲକାନଗିରି,(ଡ଼ଃ ଶିବ ନାରାୟଣ ପାତ୍ର):ବର୍ତ୍ତମାନ ଯାହା ସକାଳର ବଡ଼ ଖବର ମଣ୍ଡି ଆରମ୍ଭ ଦିନରୁହି ମଣ୍ଡିରେ ତାଲା ପକାଇଲେ ଇନ୍ଦ୍ରାବତୀ ଏସ୍ ଏସ୍ ଜି ର ମହିଳା ମାନେ ଏ ଦୃଶ୍ୟ ହେଉଛି ମାଲକାନଗିରି ବ୍ଲକ୍ ସଦର ବାଟପଲ୍ଲୀ ଗ୍ରାମରେ ଅବସ୍ଥିତ ଥିବା ଧାନମଣ୍ଡିର ,ତେବେ ମଣ୍ଡି ବାହାରେ ବର୍ତ୍ତମାନ ଚାଷୀ ମାନେ ଆଣିଥିବା ସହ ସହ ବସ୍ତା ଧାନ ଟ୍ରାକ୍ଟର ରେ ପଡ଼ିରହିଛି, ବର୍ତ୍ତମାନ ସୁଦ୍ଧା ପ୍ରଶାସନଙ୍କ ଦେଖା ନାହିଁ ।ତେବେ ଇନ୍ଦ୍ରାବତୀ ଏସ୍ ଏସ୍ ଜି ର ମହିଳା ମାନଙ୍କ କହିବା ଅନୁସାରେ ସେମାନେ ପ୍ରଥମେ ମଣ୍ଡି ପାଇଁ ଆବେଦନ କରିଥିଲେ, ତ ଇନ୍ଦ୍ରାବତୀ ଗ୍ରୁପ କୁ ହିଁ ଦିଆଯାଉ ଯେ ପର୍ଯ୍ୟନ୍ତ ଇନ୍ଦ୍ରାବତୀ ଗୃପକୁ ଦିଆ ଜିବ ନାହିଁ ସେ ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି ଇନ୍ଦ୍ରାବତୀ ଏସ୍ ଏସ୍ ଜି ର ମହିଳା ମାନେ କହିଛନ୍ତି ।