ମଣ୍ଡିରେ ବିକ୍ରି ହୋଇପାରୁନି ଧାନ ; ଚିନ୍ତାରେ ଚାଷୀ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : ଆରମ୍ଭ ହୋଇଗଲାଣି ଧାନ ମଣ୍ଡିରେ ଚାଷୀ ମାନଙ୍କର ଭିଡ । ମଣ୍ଡିରେ ଧାନ ବିକି ସଠିକ ମୁଲ୍ୟ ପାଇବା ପାଇଁ ଚାଷୀଟିଏ ଆଶା ରଖିଥାଏ । ଚଳିତ ବର୍ଷ ସମବାୟ ବିଭାଗ ମଣ୍ଡିରେ ଧାନ ବିକୁଥିବା ଚାଷୀ ଓ ମିଲର ମାନଙ୍କ ପାଇଁ ଅନେକ ଗୁଡିଏ ପରିବର୍ତ୍ତନ ଆଣିଛି । କିନ୍ତୁ ଏହାର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ପଶ୍ଚିମ ଓଡିଶାର ପ୍ରମୁଖ ଜିଲ୍ଲା କଳାହାଣ୍ଡିରେ । ଜିଲ୍ଲାର ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରାମଣ୍ଡିରେ ଚାଷୀମାନେ ୧୦ଦିନ ଧରି ମିଲରକୁ ଅପେକ୍ଷା କରିଥିଲେ ମଧ୍ୟ ମିଲରମାନଙ୍କର ଦେଖା ନାହିଁ । ଯାହା ଫଳରେ ଶହ ଶହ କୁଇଣ୍ଟାଲ ଧାନ ଆଣି ମଣ୍ଡିରେ ଅପେକ୍ଷା କରିଛି ଚାଷୀ । ଅନ୍ୟପଟେ ଚାଷୀମାନଙ୍କର କହିବାନୁସାରେ , ମିଲର ଏବଂ ଅଫିସର ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋସାଇଟିରେ ଧାନ ବିକି ଦୁଇ ପଇସା ଲାଭ ପାଇବା ଆଶାରେ ଚାଷୀ ଏବେ ଅପେକ୍ଷା କରିଛି କେବେ ଆସିବେ ମିଲର ଆଉ କେବେ ବିକ୍ରି ହେବ ତାଙ୍କ ଧାନ ।