ମଣ୍ଡି ଅବ୍ୟବସ୍ଥା କୁ ନେଇ ପଞ୍ଚାୟତ ପ୍ରତିନିଧିଙ୍କ ଅଭିଯୋଗ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଧାନ ବିକ୍ରିୟ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଆଜି ଅପରାହ୍ନରେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ମନୋଜ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା,ଆର୍ ଏମ୍ ସି ହିଞ୍ଜିଳିକାଟୁ,ଯୋଗାଣ ଅଧିକାରିଣୀ ନିଳିମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ମଣ୍ଡି ପାଇଁ ଚାଷୀ କମିଟି ରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରାଯାଉନଥିବା ବୈଠକ ରେ ଅଭିଯୋଗ ହୋଇଛି। ବିଭିନ୍ନ ପଞ୍ଚାୟତ ରେ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କଟିନିଛଟିନି ପ୍ରଥା ବନ୍ଦ କରି ସରକାରୀ ଧାର୍ଯ୍ୟ ଅନୁସାରେ ଧାନ ବିକ୍ରିୟ ର ମୂଲ୍ୟ ପ୍ରଦାନ କରିବା। ଚାଷୀ ଙ୍କୁ ଗାଡିଭଡା,ଓଜନ ,ଅଖାରଟଙ୍କା ଦେବାପାଇଁ ଦାବି ହୋଇଛି। ପୁରୁଷୋତ୍ତମପୁର ବ୍ଲକ ରେ ୮୬୨୨ଜଣ ଚାଷୀ ଧାନ ବିକ୍ରିୟ ପାଇଁ ରେଜିଷ୍ଟ୍ରେସନ୍ କରିଥିବା ବେଳେ ୧୫ଗୋଟି ପ୍ୟାକ୍ସ ଓ୧୧ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ଚାଷୀ ଯେପରି ସୁବିଧା ରେ ମଣ୍ଡିରେ ଧାନ ବିକ୍ରି କୁ ଗୁରୁତ୍ବ ଦେବାକୁ ଯୋଗାଣ ଅଧିକାରିଣୀ ଙ୍କୁ ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା, ସରପଂଚ ମନୋଜ ଦାସ,ସୁଧାକର ଗୈାଡ, ଇନ୍ଦ୍ରଜିତ ନାୟକ,ଦାଶ ବେହେରା, ସମିତି ସଭ୍ୟ ସିମାଞ୍ଚଳ ଗୈାଡ, ପାଣ୍ଡିଆ ସମବାୟ ସମିତି ସମ୍ପାଦକ ବିଜୟ ଚନ୍ଦ୍ର ବେହେରା, ରମେଶ ଦଳେଇ, ମିଲରମାନେ, ସମବାୟ ସମିତି ସମ୍ପାଦକ , ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା , ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।