ମତଦାତା ଯାଞ୍ଚ କାର୍ଯ୍ୟକ୍ରମ ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଆଜି ଠାରୁ ଭୋଟର୍ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥକୁ ରବିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାପରେ ଜିଲ୍ଲାପାଳ ଛତ୍ରପୁର ସ୍ଥିତ ଗଣେଶ ବିଦ୍ୟାପୀଠର ଏକ ବୁଥ୍କୁ ଗସ୍ତ କରି ମତଦାତାଙ୍କ ଯାଞ୍ଚ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭୋଟ ସହାୟତା କେନ୍ଦ୍ରକୁ ଜିଲ୍ଲାପାଳ ପରିଦର୍ଶନ କରି ସମସ୍ତ ଯାଞ୍ଚ ପ୍ରକ୍ରିୟାକୁ ତଦାରଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ବି ସିନେ୍ଧ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହିସଲଦାର ନୀଳମାଧବ ଭୋଇ, ଜିଲ୍ଲା ନିର୍ବାଚନ ଅଧିକାରୀ ଡ.ବିଜୟାନନ୍ଦ ସେଠୀ, ନିର୍ବାଚନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରାମଚନ୍ଦ୍ର ତରାଇ, ବଚନ ମହାପାତ୍ର, ଡି.ସୁରେଶ ରେଡ୍ଡି, ଛତ୍ରପୁର ବ୍ଲକର ଜିପିଇଓ ସହଦେବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ