ମତଦାନ ପାଇଁ ବନ୍ଦ ରହିବ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ

୨୦୧୯ ସାଧାରଣ ନିର୍ବାଚନ ୪ଟି ପର‌୍ୟ୍ୟାୟରେ ହେବାକୁ ଥିବାବେଳେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଦିନ ବ୍ୟାଙ୍କ ଓ ବ୍ୟାଙ୍କ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାମା ଜାରି କରାଯାଇଛି।

ରାଜସ୍ୱ ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଦେଶମାରେ ଦର୍ଶାଯାଇଛି ଯେ ଏପ୍ରିଲ୍‌ ୧୧ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଓ ଏହାର ବିଧାନସଭା କ୍ଷେତ୍ରରେ ଥିବା ବ୍ୟାଙ୍କିଂ ପ୍ରତିଷ୍ଠାନ ବନ୍ଦ ରହିବ।
ସେହିପରି ଦ୍ୱିତୀୟ ପର‌୍ୟ୍ୟାୟରେ ହେବାକୁ ଥିବା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ବ୍ୟାଙ୍କିଂ ପ୍ରତିଷ୍ଠାନ ବନ୍ଦ ରହିବ।

ତୃତୀୟ ପର‌୍ୟ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଥିବା ବିଧାନସଭା କ୍ଷେତ୍ରରେ ଥିବା ବ୍ୟାଙ୍କ ବନ୍ଦ ରହିବ।

ଚତୁର୍ଥ ପର‌୍ୟ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଯେତେସବୁ ବ୍ୟାଙ୍କ ରହିଛି ତାହା ବନ୍ଦ ରହିବ।

ଉକ୍ତ ୪ଟି ନିର୍ବାଚନ ପର‌୍ୟ୍ୟାୟରେ ମତଦାନ ଦିନ ସରକାରୀ କାର‌୍ୟ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶାମା ଜାରି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ