ମତଦାନ ସମୟ କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ପ୍ରଥମ ପର୍ଯ୍ୟାୟରେ ଗୁରୁବାର ହେଉଥିବା ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣର ସମୟ ସଂପର୍କରେ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ନକ୍ସଲ ଉପଦ୍ରୁତ ଅଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୋଟ ଗ୍ରହଣ ସମୟ ଭିନ୍ନ ଭିନ୍ନ ରହିଛି। କିଛି ସ୍ଥାନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେଉଥିବାବେଳେ କିଛି ସ୍ଥାନରେ ଅପରାହ୍ଣ ୪ଟରେ ଓ ଆଉ କେତେକ ସ୍ଥାନରେ ଅପରାହ୍ଣ ୩ଟାରେ ଶେଷ ହେବ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଉତ୍ତର ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ଓ ଲାକ୍ଷାଦ୍ୱୀପରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। କିନ୍ତୁ ଉତ୍ତରାଖଣ୍ଡରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ। ସେହିଭଳି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରୁ ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ୍‍, ସିକ୍କିମ୍‍ ଓ ତ୍ରିପୁରା ପଶ୍ଚିମରେ ମତଦାନ ଅପରାହ୍ଣ ୫ଟାରେ ଶେଷ ହେଉଥିବାବେଳେ ଆଉଟର୍‍ ମଣିପୁର, ନାଗାଲ୍ୟାଣ୍ଡ ଓ ମେଘାଳୟରେ ମତଦାନ ଅପରାହ୍ଣ ୪ଟାରେ ଶେଷ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ