ମତାବାଜ ଗ୍ରାମରେ ମେସିନି କରୁଛି ମନରେଗା କାର୍ଯ୍ୟ : ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ମତାବାଜ ଗ୍ରାମରେ ମେସିନି ସାହାଯ୍ୟରେ ମନରେଗା କାର୍ଯ୍ୟ ଚାଲୁଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ମାନେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ସାନଗୋହିରୀ ଠାରୁ ମତାବାଜ ଗୋହିରୀରେ ଏବେ ମେସିନି ସାହାଯ୍ୟରେ ମାଟି ଖୋଳା ଚାଲିଛି । ନାଁ ଏନେଇ କୌଣସି ସୁଚନା ଫଳକ ଲାଗିଛି ନା କାର୍ଯ୍ୟାଦେଶ ବାହାରିଛି । କିନ୍ତୁ ପ୍ରୋଜେକ୍ଟ ଆପ୍ରୁଭ ହୋଇ ଆସିଛି । ଏପରି ଜାଣିବାପରେ ଗ୍ରାମବାସୀମାନେ ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାିବାପରେ କାର୍ଯ୍ୟାଦେଶ ବାହାରିନି ସେମାନେ କଣ କରୁଛନ୍ତି ମୁଁ କହିପାରିବି ନାହିଁ ବୋଲି କହିଥିଲେ । ଖାଲି ଏହି ପ୍ରକଳ୍ପ ନୁହଁ ଗ୍ରାମ ରେ ଦୁଇଜଣ ବ୍ୟକ୍ତି ଜମି ଉନ୍ନତିକରଣ ନାମରେ ଦୁଇଟି କାର୍ଯ୍ୟାଦେଶ ନେଇ ଏକ ସରକାରୀ ଗୋଚର ଜମିରୁ ମାଟିତାଟି ଆଣି ନିଜ ଜମି ପୋତୁଛନ୍ତି । ଯାହାଦ୍ୱାରାକି ଗାଁର ଗୋରୁ ଗାଈମାନେ ଚରିବାରେ ଅସୁବିଧା ଭୋଗିବେ । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଯବକାର୍ଡ ଧାରୀମାନେ କାମ ପାଇ ପାରୁନଥିବା ବେଳେ ମେସିନିରେ କାମ କରିବା କେତେଦୁର ଯଥାର୍ଥ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଜି ଅଭିମନୁ୍ୟ ସେନାପତି, ୱାର୍ଡସଭ୍ୟ ଅଜୟ ବେହେରା, ଯୁଦ୍ଧିଷ୍ଠିର ବେହେରା, ଭାଗିରଥି ବେହେରା, ମାୟାଧର ସା, କବିନ୍ଦ୍ର ବେହେରା, ସଦାଶିବ ରାଉତ, ଅଜୟ ଜେନା, ବାପୁନୁ ଜେନା, ସଞ୍ଜୟ କୁମାର ରାଉତ, ବିଶ୍ୱରଞ୍ଜନ ସେନାପତି, ଦାମୋଦର ଜେନା, ଲକ୍ଷ୍ମୀଧର ଜେନା, କୌଶଲ୍ୟା କାଣ୍ଡି, ଗୋବିନ୍ଦ ଜେନା, ସୁବଳ କାଣ୍ଡି, ଅକ୍ଷୟ ଓଝାଙ୍କ ସମେତ ବହୁ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଆନନ୍ଦପୁର ଉପଜିଲ୍ଲାପାଳ, ପ୍ରକଳ୍ପ ନିଦେ୍ର୍ଦଶକ କେନ୍ଦୁଝର ଓ ଜିଲ୍ଲାପାଳ କେନ୍ଦୁଝରଙ୍କୁ ଦାବିପତ୍ର ପ୍ରେରଣ କରିଛନ୍ତି ।