ମଥୁରାନନ୍ଦ ଦାସଙ୍କ ସ୍ମୃତିଚାରଣ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର କଂସାର ଗ୍ରାମର ପୂର୍ବତନ ରାଜସ୍ୱ ଅଧିକାରୀ ଦିବାକର ଦାସଙ୍କ ପିତା ମଥୁରାନନ୍ଦ ଦାସଙ୍କ ଦ୍ୱାଦଶାହ ଅବସରରେ ଇଶାଣେଶ୍ୱର ପୀଠରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, ଗଣେଶ ନାୟକ, ପରମାନନ୍ଦ ରାଉତ, ବସନ୍ତ କୁମାର ଓଝା, ନିତ୍ୟାନନ୍ଦ ମହାନ୍ତି, ଅନିରୁଦ୍ଧ ନାୟକ, ଅଧର କୁମାର ମହାପାତ୍ର, ବ୍ରହ୍ମାନନ୍ଦ ସ୍ୱାଇଁ, ପ୍ରଦିପ ପରିଡା, ଗଜେନ୍ଦ୍ର ପରିଡା, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଗୁଣାବଳୀ ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।