ମଦନମୋହନ ପୁର ବିଦ୍ଯାଳୟର ବାର୍ଷିକୋତ୍ସବ ନାଟକ ଭିନ୍ନ ମଣିଷ ମଞ୍ଚସ୍ଥ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ମଦନମୋହନ ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଗୁରୁବାର ସନ୍ଧ୍ୟାରେ ପ୍ରଧାନଶିକ୍ଷକ ଶିବରାମ ପ୍ରଧାନଙ୍କ ଅଧ୍ଯକ୍ଷତା ଏବଂ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦିଗପହଣ୍ଡି ବ୍ଲକ ପୂର୍ବତନ ଅଧ୍ଯକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୂଖ୍ଯଅତିଥି, ଆଇନଜୀବୀ ହରପ୍ରସାଦ ରଥ ମୂଖ୍ଯବକ୍ତା ଏବଂ ସରପଞ୍ଚ ତପନ କୁମାର ପ୍ରଧାନ, ସମାଜସେବୀ କେ.ହରିବନ୍ଧୁ ରେଡି, ଏବିଇଓ ରସାନନ୍ଦ ଘଡେଇ, ଶିବାନନ୍ଦ ହାଇସ୍କୁଲର ଶିକ୍ଷକ ବିଶ୍ବନାଥ ଦାଶ, ବେଦାଚାର୍ଯ୍ଯ ବାମଦେବ, ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ଯା, ବିଦ୍ଯାଳୟ ପରିଚାଳନା ସମିତି ଅଧ୍ୟକ୍ଷ ତେଜେଶ୍ବର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ସହ ଜାତୀୟ ମେଧାବୃତ୍ତି ପ୍ରାପ୍ତ ଛାତ୍ର ଲୋକନାଥ ପ୍ରଧାନ ଏବଂ ଛାତ୍ରୀ ସ୍ନାତାଶ୍ରୀ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ପ୍ରଧାନଶିକ୍ଷକ ଙ୍କ ରଚିତ ମୂରଲୀ ପ୍ରଧାନଙ୍କ ନିର୍ଦ୍ଦେଶିତ ନାଟକ ‘ଭିନ୍ନ ଏକ ମଣିଷ’ ପରିବେଷଣ କରାଯାଇଥିବା ବେଳେ ନରେନ୍ଦ୍ର ସାହୁ, ସୌମ୍ଯରଞ୍ଜନ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଜ୍ଯୋତି ମହାରଣା, ଜାଗିଲି ପ୍ରଧାନ, ବିଶ୍ବନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶର୍ମିଷ୍ଠା ପ୍ରଧାନ, ଲିଲି ପ୍ରଧାନ, ସଂଗୀତା ବେହେରା, ଝିଲି ସେଠୀ, ଲିଲି ଆଚାରୀ, ନବୀନ ବେହେରା ପରିଚାଳନାରେ ସହଯୋଗ କରିଥିଲେ।ଉତ୍ସବ ପୂର୍ବରୁ ବିଦ୍ଯାଳୟର ସାଂସ୍କୃତିକ ମଣ୍ଡପକୁ ମୂଖ୍ଯଅତିଥି ପ୍ରଧାନ ଉଦଘାଟନ କରିଥିଲେ।