ମଦୁଆ ପୁଅ ମାଡ଼ରେ ବୁଢା ବାପର ମୃତ୍ୟୁ

ରାଇରଙ୍ଗପୁର- ତିରିଂ ଥାନା ଅନ୍ତର୍ଗତ ବଡଭୁଣ୍ଡୁ ଗ୍ରାମର ଜନୈକ ନିଶାଗ୍ରସ୍ତ ପୁଅରେ ବାପର ମୃତ୍ୟୁ ହୋଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରକାଶ ବଡଭୁଣ୍ଡୁ ପଞ୍ଚାୟତ ତାଳସା ଗ୍ରାମର ଶାମୁ ଟୁଡୁ ଗାଁ ମୁଣ୍ଡରେ ଏକୁଟିଆ ରହୁଥିଲେ ।ପୁଅ ରତନ ଟୁଡୁ ଗାଁ ଭିତରେ ରହୁଥିଲା ।ସେ ସବୁବେଳେ ମଦ ପିଇ ମାତାଲ୍ ଅବସ୍ଥାରେ ରହିଛି ବିଭିନ୍ନ ଅନୈତିକ କାମ, ମାରପିଟ୍ ଓ ଗଣ୍ଡଗୋଳରେ ଲିପ୍ତ ଥିଲା । ବୁଢ଼ା ବାପା ମୁହଁରେ ଦାନା ମୁଠେ ଦିଏ ନାହିଁ । ବୁଢ଼ାର ଦୟନୀୟ ଅବସ୍ଥା ଦେଖି ଗାଁ ଲୋକେ କେତେ ବେଳେ କେମିତି ମୁଠେ ଖାଇବାକୁ ଦିଅନ୍ତି ।ବୁଢ଼ା ବାପାକୁ ସବୁବେଳେ ମାରପିଟ୍ କରେ ।ବାପା ତାର ଭତ୍ତା  ପଇସା ପାଇଥିଲେ । ମଙ୍ଗଳବାର ରାତିରେ ଖବର ପାଇ ମାତାଲ୍ ଅବସ୍ଥାରେ ବାପାଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପାଇଁ ଗଣ୍ଡଗୋଳ କରିଥିଲା ।ବାପକୁ ଏକୁଟିଆ ପାଇ ମାରପିଟ କରିଥିଲା ଓ ବାପକୁ ସେହି ରାତିରେ ପିଟି ପିଟି ମାରି ଦେଇ ଚୁପଚାପ୍ ରହିଥିଲା । ପଡୋଶୀ ଘର ଜନୈକ ବୋହୂ ତାଙ୍କ ଘରକୁ ଯାଇ ଦେଖେ ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଢା ମରିକି ପଡିଛି ।ସେ ଡରି ଯାଇଥିଲା ।ପିତୃହନ୍ତା ରତନ ସେହି ବୋହୂକୁ ଧମକାଇଲା ଯେ କାହାରିକୁ କହିବୁନି ନ ହେଲେ ତୋତେ ଜୀବନରେ ମାରି ଦେବି ।ରତନ ଡରରେ କେହି କିଛି କହି ନ ଥିଲେ ।ପରେ ଗୁରୁବାର ଦିନ କୌଣସି ସୂତ୍ରରୁ ପୋଲିସ ଖବର ପାଇଁ ଶବକୁ ଜବତ କରିବା ସହ କେଶ ନଂ୪୫/୨୦ ମାମଲା ରୁଜୁ କରି ରତଳକୁ ଗିରଫ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ