ମଦ୍ରାସା ଆରବିୟା ତାଲିମୁଲ ଇସଲାମର ବାର୍ଷିକ କ୍ରୀଡାଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ସଭାପତି ମୀର ହକିମୁଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିସୁଦ୍ଦିନ ଖାଁ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଇଛାପୁର କ୍ଲଷ୍ଟରର ସି.ଆର.ସି.ସି. ବିଭୁ ପ୍ରସାଦ ନାୟକ ଏବଂ କାଉନସିଲର ସେକ ଅସଲମ ଯୋଗଦେଇ ପତାକା ଦେଖାଇ ଉତ୍ସବର ଶୁଭାରମ୍ଭ କରିଥିଲେ । କ୍ରୀଡା ଶିକ୍ଷକ ସେକ ସୈାକତ କ୍ରୀଡା ପ୍ରତିଯୋଗୀତା ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ସେକ ଜାହାଙ୍ଗିର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଦ୍ୟାଳୟର ସଭାପତି ମୀର ହକିମୁଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସକେ ଇନାୟତ(ଚନ୍ଦନ) ମୁଖ୍ୟ ଅତିଥି, କେଉଁଝର ଚମ୍ପୁଆସ୍ଥିତ ମହତାବ ହାଇସ୍କୁଲର ଶିକ୍ଷକ ଡଃ. ମୁର୍ଶିଦ୍ଦ ଉମ୍ରି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଦ୍ରାସାର ଉନ୍ନତି କାମନା କରିବା ସହ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସେକ ଜାହାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ