ମଦ୍ରାସା ରାବେୟା ବସେରିଆର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହାସ୍ଥିତ ମଦ୍ରାସା ରାବେୟା ବସେରିଆ(ମହିଳା) ର ବାର୍ଷିକ ସମ୍ମିଳନୀ ମଦ୍ରାସା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହି ବାଳିକା ମଦ୍ରାସାରୁ ଶିକ୍ଷା ସମାପ୍ତ କରି ଉତ୍ତୀର୍ଣ୍ଣ ହୋଇଥିବା ୩୭ଜଣ ବାଳିକାଙ୍କୁ ସମ୍ମାନିତ କରାଯାଇଥିଲା । ମୈାଲାନା ସେଖ ତବରେଜ ଆଲମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତରପ୍ରଦେଶ ବରେଲିରୁ ଆଲେମା ତାହେରା ନୁରୀ ଯୋଗଦେଇ ଛାତ୍ରୀ ଓ ଅଭିଭାବକମାନଙ୍କୁ ଇସଲାମ ଧର୍ମର ନିୟମ କାନୁନ ବିଷୟରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟା, ପଳସିଂହା ଗ୍ରାମପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏଥିରେ କେନ୍ଦ୍ରାପଡା ଜିଲ୍ଲା ଏବଂ ଜିଲ୍ଲା ବାହାରର ୩ହଜାରରୁ ଉର୍ଦ୍ଧ୍ୱ ମହିଳା ଯୋଗଦେଇଥିଲେ । ମଦ୍ରାସାର ଉପଦେଷ୍ଟା ହାଜି ସୟଦ ଅକମଲ ଅଲ୍ଲୀ, ସମ୍ପାଦକ ସେକ ଫକିରୁଦ୍ଦିନ, ହାଜି ଅବଦୁଲ ମଜିଦ, ମୈାଲାନା ସେଖ ଜାକିର, ପୂର୍ବତନ କାଉନସିଲର ମୁକ୍ତାର ଖାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


