ମଦ୍ୟପ ଗାଡି ଚାଳକଙ୍କ ପାଇଁ ବାଲେଶ୍ୱର ସହରରେ ପୋଲିସର କଡ଼ା ଯାଞ୍ଚ

ବାଲେଶ୍ୱର, (ସରୋଜ ପଣ୍ଡା):ପାର୍ବଣ ଅବସରରେ ବାଲେଶ୍ବର ସହରରେ ପୋଲିସ ପହରା ଜୋରଦାର କରାଯାଇଛି। ସହରରେ ବିଳମ୍ବିତ ରାତିରେ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ବ୍ରିଥ୍‌ ଆନାଲାଇଜର୍‌ ମେସିନ୍‌ ଧରି ମୁତୟନ ହୋଇଛନ୍ତି। ବାଇକ୍‌ ଠାରୁ ବିଭିନ୍ନ ଗାଡ଼ିଗୁଡ଼ିକୁ ଅଟକାଇ ବ୍ରିଥ୍‌ ଆନାଲାଇଜର ମେସିନ୍‌ ସାହାଯ୍ୟରେ ମଦ୍ୟପ ଚାଳକଙ୍କୁ ଧରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏନେଇ ଏକାଧିକ ମାମଲା ପଞ୍ଜୀକରଣ କରାଯାଇଥିବା ଏସ୍‌ପି ବାଲେଶ୍ବରଙ୍କ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ