ମଦ୍ୟପ ଡାକ୍ତରଙ୍କୁ ହଟେଇବା ଦାବିରେ ମେଡ଼ିକାଲରେ ତାଲା
କଣାସ, (ପlହାନ୍ତା ସିଂହ ଅଜଂଳୀ ସାହୁ):ପୁରୀ ଜିଲ୍ଲା କଣାସ ବ୍ଲକ୍ ଦିବ୍ୟସିଂହପୁର ପଞ୍ଚାୟତ ହରଚଣ୍ଡି ପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୫ ଦିନ ହେବ ଝୁଲୁଛି ତାଲା ଯାହା ଦ୍ଵାରା ରୋଗୀ ସେବା ବିପର୍ଯ୍ୟସ୍ତ ହୋପଡ଼ିଛି ।ହାରଚଣ୍ଡି ପ୍ରସାଦ ମେଡିକାଲ ପ୍ରତିଷ୍ଠାତା ଶଶିକାନ୍ତ ମିଶ୍ର ଓ ଗ୍ରାମବାସୀଙ୍କ ଅଭିଯୋଗ ମେଡ଼ିକାଲକୁ ଡାକ୍ତର ନିୟମିତ ଆସୁନାହାନ୍ତି ଜଦିବା କେତେବେଳେ ଆସୁଛନ୍ତି ମଦ ମାଂସରେ ବୁଡ଼ି ରହୁଛନ୍ତି ।ଯାହାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଟେଣ୍ଟାଣ୍ଡ ସୁଇପର ରୋଗୀସେବା କରୁଥିବା ବେଳେ ମେଡିକାଲ ଭିତରେ ବାହାର ମେଡିସିନ ବିକ୍ରି କରାଯାଉଛି ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ମେଡ଼ିସିନ୍ ବାହାରେ ବିକ୍ରି କରାଯାଉଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।ଏନେଇ ଗ୍ରାମବାସୀ ଓ ମେଡିକାଲ ପ୍ରତିଷ୍ଠାତା ଶଶିକାନ୍ତ ମିଶ୍ର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ,କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ସେଥିପାଇଁ ଗତ ଗୁରୁବାର ଦିନ ଗ୍ରାମବାସୀ ଓ ମେଡିକାଲ ପ୍ରତିଷ୍ଠାତା ମେଡ଼ିକାଲରେ ତାଲା ପକାଇବା ସହ ଡାକ୍ତର ଓ ସମସ୍ତ କର୍ମଚାରୀଙ୍କ ବଦଳି କରି ନୂତନ ଡାକ୍ତର କର୍ମଚାରୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ।ସେପଟ ମେଡ଼ିକାଲରେ ତାଲା ପଡିଥିବାରୁ ସ୍ଥାନୀୟ ଲୋକମାନେ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଦୂରଦୂରାନ୍ତକୁ ଚିକିତ୍ସା ପାଇଁ ଯାଉଥିବା ଜଣାପଡିଛି ।