ମଦ୍ୟପ ଶିକ୍ଷକଙ୍କ ମାଡରେ ୨୦ ଛାତ୍ରଛାତ୍ରୀ ଲହୁ ଲୁହାଣ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଷ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବାଡିରେ ଆଖିବୁଜା ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି।ଏହି ସମୟରେ କିଛି ଶିକ୍ଷକ ତାଙ୍କୁ ବୁଝାସୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ ମାରିଥିବା ଜଣାପଡିଛି । ପିଲାମାନଙ୍କର ଅବିଭାବକ ମାନେ ଏହି ଘଟଣା ଜାଣିବା ପରେ ନିଜ ନିଜର ପିଲାମାନଙ୍କୁ ୨ଟି ଅଟୋରେ ନେଇ ଆସି .ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପିଲାମାନଙ୍କର ଗୋଡ, ହାତ, ଛାତି ଓ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ଖବର ପାଇ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କଠାରୁ ସମସ୍ତ ବୟାନ ନେଇଛନ୍ତି। ମଦ୍ୟପ ଶିକ୍ଷକ ବେହେରାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ପ୍ରକାଶ ଆଉ କି ମୋହନା ବ୍ଲକର ଉପାନ୍ତ ବିଦ୍ୟାଳୟ ିଗୁଡିକରେ କ୍ରମାନ୍ଵୟ ଭାବେ ଶିକ୍ଷକଙ୍କ ଅନୁପସ୍ଥିତି ସାଙ୍ଗକୁ ବହୁ ବିଦ୍ୟାଳୟର ଶିକ୍ଷକମାନେ ଶିକ୍ଷାଦାନ ସମୟରେ ମଦ୍ୟପାନ କରି ଆସୁଥିବା ନଜିର ମଧ୍ୟ ରହିଛି। ଥାନା ରେ ମାମଲା ରୁଜୁ ପରେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଉକ୍ତ ଶିକ୍ଷକଙ୍କୁ ନିଲମ୍ୱିତ କରିଥିବା ସୁଚନା ଦେଛନ୍ତି ବ୍ଲକ୍ ଶିକ୍ଷା ଅଧିକାରୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ