ମଦ୍ୟପ ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ
ନୀଳଗିରି: ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଆଦିବାସୀ ନୁଆସାହି ଗ୍ରାମରେ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ।ମଦ୍ୟପ ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇ ମୃତ୍ୟୁ ଘଟଣା ଅଂଚଳରେ ଚାଚଂଲ୍ୟ ଖେଳାଇଦେଇଛି । ମିଳିଥିବା ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗତକାଲି ରାତିରେ ମଦ୍ୟପାନ କରି ମଧ୍ୟରାତ୍ରରେ ସ୍ତ୍ରୀ ସହ ଗାଳିଗୁଲଜ କରିବା ସହ ପିଟି ପିଟି ହତ୍ୟା କରିଥିଲା । ସକାଳୁ ପୂଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସକାଳେ ମଦ ନିଶା ଭାଙ୍ଗିବାରୁ ସ୍ତ୍ରୀର ରକ୍ତ ଜୁୁଡୁବୁଡୁ ମୃତ ଦେହ ଦେଖି ପୂଣ୍ଣଚନ୍ଦ୍ର ଙ୍କ ପାଦତଳୁ ମାଟି ଖସିଯାଇଥିଲା । ଏହା ପରେ ମଦ୍ୟପ ସ୍ୱାମୀ ନିକଟସ୍ଥ ପୋଲିସ ଷ୍ଟେସନରେ ପହଞ୍ଚି ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ସ୍ୱୀକାର କରିବା ସହ ପୋଲିସ ଷ୍ଟେସନରେ ଆତ୍ମ ସମର୍ପଣ କରିଥିଲା । ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।