ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ସାରାରାଜ୍ୟ ବଟ ସାବିତ୍ରୀ ବ୍ରତ ପାଇଁ ଉତ୍ସବ ମୁଖର ହୋଇଥିବା ବେଳେ ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅସୁରା ଗାଁ ଖଡ଼ିଆ ସାହିର ଘଟଣା । ଖବର ଅନୁଯାୟୀ, କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀ ହେଲେ କାଲି ଦେହୁରୀ। ହତ୍ୟା କରିବା ପରେ ସ୍ୱାମୀ ଭରତ ଦେହୁରୀ ଫେରାର ହୋଇଯାଇଛନ୍ତି । ସେପଟେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ