ମଦ ଜବତ,୩ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଧାମନଗର ଅବକାରୀ ଥାନା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ମଦ ଜବତ ହୋଇଥିବା ଜଣାଯାଇଛି। ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ବ୍ଲକର ସରସଦା, କୁରିଗାଁ, ମାଳଦା, ରହଣିଆ, ରାଢୋ, ବିମ୍ବଳବର, ନଗୁଆଁ ପ୍ରମୁଖ ସ୍ଥାନରେ ଚଢ଼ାଉ କରାଯାଇ ୮୦ଲିଟର ଦେଶୀ ମଦ, ୧୪.୨୨୦ଲିଟର ବିଦେଶୀ ମଦ ସହିତ ଏକ ସ୍କୁଟି ଜବତ କରାଯାଇଛି। ଏହାସହିତ ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଥିବା ଜଣାଯାଇଛି। ଉକ୍ତ ଚଢ଼ାଉରେ ବିଭାଗ ପକ୍ଷରୁ ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ସଂଧ୍ୟାରଣୀ ସେନାପତି, ଅନବାଦିତ୍ୟ ବାରିକ, ଶିବ ପ୍ରସାଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ