ମଦ ଜବତ ଜଣେ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପିରିଜିପୁର ଠାରୁ ଦେଶୀ ମହୁଲୀ ମଦ ଜବତ ହୋଇଥିବାବେଳେ ଜଣକୁ ଗିରଫ କରାଯାଇଛି । ଧାମନଗର ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ର, ସହଉପନିରୀକ୍ଷକ ନନ୍ଦ ନାୟକ, ମୁରଲୀ ପ୍ରଧାନ, ସ୍ପନ୍ଦନ ମହାନ୍ତି ପ୍ରମୁଖ ଆଜି ଭୋର ସମୟରେ ଧାମନଗର ଛକ ଠାରୁ ବାରିକପୁର ଯାଏଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଚଢାଉବେଳେ ପିରିପୁର ଅଞ୍ଚଳର ଜଣେ ଯୁବକ ମୋଟରସାଇକେଲ ଯୋଗେ ରନ୍ଧା ମହୁଲୀ ମଦନେଇ ଯାଉôତବାବେଳେ ଧରାପଡିଥିଲା । ଅବକାରୀ ବିଭାଗ ପକ୍ଷରୁ ମଦ ଓ ମୋଟରସାଇକେଲକୁ ଜବତ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ