ମଦ ଜବତ ; ଜେଲ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ପୋଲିସ ଶନିବାର ପଦ୍ମନାଭପୁର ଗ୍ରାମର ସିମାଞ୍ଚଳ ସେଠୀ ଏବଂ ଶିବ ସେଠୀଙ୍କୁ ଥାନା ମାମଲା ନଂ. ୨୨୫/୨୦, ୨୨୬/୨୦ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ବୁଧବାର ସନ୍ଧ୍ୟାରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ପଦ୍ମନାଭପୁର ଗ୍ରାମର ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଫାଷ୍ଟଫୁଡ୍ କେନ୍ଦ୍ର ନିକଟରେ ଉଭୟେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀ ନିର୍ମିତ ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଜବତ କରାଯାଇଥିଲା । ସେହିପରି ବିରିବାଡିଆ ଗ୍ରାମର ମିଟୁ ମଲ୍ଲିକ ଏବଂ ଗୁଡ଼ାରୀ ଗ୍ରାମର ସୁଶାନ୍ତ ମଲ୍ଲିକଙ୍କୁ ଶନିବାର ପୋଲିସ ଗିରଫ କରି ଥାନା ମାମଲା ନଂ. ୨୨୮/୨୦ , ୨୨୯/୨୦ ଅନୁଯାୟୀ କୋର୍ଟ ଚାଲାଣ କରିଥିଲେ । ଉଭୟଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ଗୁରୁବାର ଅଭିଯୁକ୍ତ ଦ୍ୱୟ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ବେଳେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୮୫ ଲିଟର ରନ୍ଧା ଦେଶୀମଦ ଜବତ କରିଥିଲେ । କୋଭିଡ ନିୟମାନୁଯାୟୀ ଅଭିଯୁକ୍ତ ମାନଙ୍କ କରୋନା ପରୀକ୍ଷା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଆଇ.ଆଇ.ସି ବସନ୍ତ କୁମାର ସେଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ