ମଦ ଜବତ : ତିନି ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବହୁ ପରିମାଣରେ ଚୋରା ମଦ ଜବତ ହୋଇଥିବା ଜଣାପଡିଛି। ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ବ୍ଲକର ମଞୁରୀରୋଡ ଵଜାର ସମେତ କୋଟଶିରା, ବିରିଡ଼ି,ନେରଡା,ପାଟୁଳି ପ୍ରମୁଖ ସ୍ତାନରୁ ଦେଶି ରନ୍ଧା ମଦ ସହିତ ଆସ୍କା ଫର୍ଟି ମଧ୍ୟ ଜବତ ହୋଇଛି।ଏହା ସହିତ ବେଆଇନ ମଦ କାରବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ଅବକାରୀ ବିଭାଗର ସହକାରୀ ଅଧିକାରୀ ପୁରୁଷୋତ୍ତମ ମଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଂଙ୍କୁ, ରମେଶ ନାୟକ,ଅନଵାଦିତ୍ୟ ବାରିକ, ଶିବ ପ୍ରସାଦ ସାହୁ, ସଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ