ମଦ ଜବତ ସହ ୩ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଧାମନଗର ଅବକାରୀ ଥାନା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ମଦ ଜବତ କରାଯାଇଛି। ବ୍ଲକର ନଗୁଆଁ, ପାଟୁଳି, ବିରିଡି, ନେରଡ଼ା ଓ ମଞ୍ଜୁରୀରୋଡ଼ ବଜାର ଠାରୁ ୧୨୦ଲିଟର ଦେଶୀ ମଦ ଜବତ କରାଯିବା ସହ ବିକ୍ରୟ କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଅଭିଯୁକ୍ତ ରତ୍ନାକର ଜେନା, ନିର୍ମଳା ଜେନା ଓ ହରେକୃଷ୍ଣ ମଳିକକୁ ଆଜି ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ପଠା ଯାଇଥିବା ସୂଚନା ଦିଆଯାଇଛି। ଉକ୍ତ ଚଢ଼ାଉରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ସହକାରୀ ଅଧିକାରୀ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅନବାଦୀତ୍ୟ ବାରିକ, ଜେମାମଣି ଜମୁଦା, ସନ୍ଧ୍ୟାରାଣୀ ସେନାପତି ସାମିଲ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ