ମଦ ଜବତ : ୦୪ ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କୁଲଣା, ବିଶୋଳ, କଣ୍ଟାପଡ଼ା, ତୋଟାସାହି ଓ ମଞ୍ଜୁରୀରୋଡ଼ ବଜାର ଅଞ୍ଚଳରେ ଚଢାଉ କରାଯାଇ ୧୭.୧୦୦ ଲିଟର ବିଦେଶୀ ମଦ ଓ ୫୫ ଲିଟର ଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ସୁରେନ୍ଦ୍ର ସ୍ୱାଇଁ , ରମେଶ ଘୋଷ, ପବିତ୍ର ଜେନା ଓ ଅଜୟ ବିଶ୍ୱାଳକୁ ଗିରଫ କରିଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଡା, ସଂଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ ।