ମଦ ଜବତ ; ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ପାଳଝାଡି ଗ୍ରାମର ଟୁକୁନା ନାୟକ ଏବଂ ମେଘଝୋଳି ଗ୍ରାମର ସନ୍ତୋଷ ନାୟକ ଙ୍କୁ ଦିଗପହଣ୍ଡି ଭାରପ୍ରାପ୍ତ ଅବକାରୀ ଏସ.ଆଇ ଅଭିରାମ ସାହୁ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି । ଅବକାରୀ ମାମଲା ନଂ.୬୪/୨୦-୨୧ ଏବଂ ୬୫/୨୦-୨୧ ଅନୁଯାୟୀ  ଜାମିନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ସୋମବାର ସନ୍ଧ୍ୟାରେ ଅବକାରୀ ଏ ଏସ ଆଇ ବସନ୍ତ କୁମାର ବେହେରା, କର୍ମଚାରୀ ଏନ୍. ତ୍ରିପତି,ସ୍ଵୟଂଭୂ କଁଅର, ନୀର ବେହେରା,ପଦ୍ମାବତୀ ସେଠୀ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଦ୍ୱୟ ଙ୍କ ନିକଟରୁ ୨୦ ଲିଟର ଦେଶୀମଦ ଜବତ କରାଯାଇଥିଲ । ମଙ୍ଗଳବାର ସକାଳେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଙ୍କ କୋଭିଡ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସ ଆଇ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ