ମଦ ଜବତ ; ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ପୋଲିସ ବୁରିପଦର ଏବଂ ନିମଖଣ୍ଡି ପେଣ୍ଠ ଗାଁ ରେ ଅତର୍କିତ ଚଢାଉ କରି ଦେଶୀ ମଦ ପାଉଚ ଓ ବିଦେଶୀ ମଦ ବୋତଲ ଜବତ କରିଛନ୍ତି। ଗାଁ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରୀ କରାଯାଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ବୁରିପଦର ଗାଁ ନିକଟରୁ ଉପେନ୍ଦ୍ର ସାହୁ ଙ୍କ ନିକଟରୁ ୪୦ ଟି ବିଦେଶୀ ମଦ ବୋତଲ ଏବଂ ନିମଖଣ୍ଡି ପେଣ୍ଠ ଗାଁ ର ଏସ. ଚନ୍ଦନ ପାତ୍ର ଙ୍କ ଠାରୁ ୬୪ ଟି ଦେଶୀ ମଦ ପାଉଚ ଜବତ କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ପୃଥକ୍ ଥାନା ମାମଲା ନଂ.୨୯୧/୨୦ ଏବଂ୨୯୨/୨୦ ଅନୁଯାୟୀ ଗିରଫ କରାଯାଇଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ