ମଦ ଜବତ, ୨ ଗିରଫ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ପୋଲିସ ଚୋରା ମଦ କାରବାରରେ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସର ସୂଚନାନୁଯାୟୀ, ଯୋଡା ସହର କୁନ୍ଦୁରୁନାଲା ଅଂଚଳର ରାଇବୁ ମୁଣ୍ଡା କ୍ୟାମ୍ପ ହଟିଂରୁ ଦେଶୀ ମହୁଲି ମଦ ଯୋଡା ନେଇ ଯାଉଥିବା ବେଳେ ପୋଲିସ ଖବର ପାଇ ଚଢାଉ କରି ରାଇବୁ ମୁଣ୍ଡା ଠାରୁ ୪୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ କେଶ୍ ନଂ ୯୯/୨୦୨୦ ରୁଜୁ କରି ରାଇବୁ ମୁଣ୍ଡାକୁ ଗିରଫ କରିଥିଲା । ସେହିପରି ଯୋଡା ଭ୍ୟାଲି କ୍ଲବ ଠାରେ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ଚଢାଉ କରି ରୁଗୁଡି ଥାନା କ୍ୟାମ୍ପ ହଟିଂର ସୁଶୀଲ ଖାଡିଆ ନାମକ ବ୍ୟକ୍ତିଠାରୁ ବେଆଇନ୍ ଭାବେ କାରବାର କରୁଥିବା ୪୦ ଲିଟର ମହୁଲି ମଦ ଜବତ କରିବା ସହିତ ସୁଶୀଲ ଖାଡିଆକୁ କେଶ୍ ନଂ ୧୦୦/୨୦୨୦ ରୁଜୁ କରି ଗିରଫ କରିଥିଲେ । ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ